Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟରେ କେଁ, ମହାରାଷ୍ଟ୍ରରେ ମହା ନାଟକ – ଥମୁନି ରାଜନୈତିକ ଝଡ

16/11/2019 at 8:21 PM

ମୁମ୍ବଇ ୧୬।୧୧ –  ମହାରାଷ୍ଟ୍ର ରାଜନୀତିରେ ଥମୁନି ଝଡ଼ । ସ ରକାର ଗଠନ ପାଇଁ ଶିବସେନା, ଏନ୍‌ସିପି ଓ କଂଗ୍ରେସ ହାତ ମିଳାଇଥିଲେ ମଧ୍ୟ ଏବେବି ସରକାର ଗଠନ ନେଇ ଦ୍ବନ୍ଦ୍ବ ଲାଗି ରହିଛି । ବିଜେପି ପକ୍ଷରୁ ବିଧାୟକଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଶିବସେନା ଆଜି ଅଭିଯୋଗ କରିଛି । ଶିବସେନା ତାର ମୁଖପାତ୍ର ସାମ୍‌ନାରେ ଆଜି ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛି । ତେବେ ତିନି ଦଳର ନେତା ଆଜି ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି ।  …

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏବେବି ଜାରି ରହିଛି ସସ୍‌ପେନ୍ସ । ଶିବସେନା-ଏନ୍‌ସିପି-କଂଗ୍ରେସ ହାତ ମିଳାଇ ସରକାର ଗଢ଼ିବାକୁ ତ ସହମତ ହେଲେଣି । ହେଲେ ଏବେବି ସେଥିରେ କିଛି କେଁ ଥିବା ଭଳି ଲାଗୁଛି । ନହେଲେ ଆଜି ଅପରାହ୍ନରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ତିନି ଦଳର ନେତା ଭେଟିବେ ବୋଲି ଜଣାପଡ଼ିଥିଲା ।

କିନ୍ତୁ ଶେଷ ମୁହୁର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ତେବେ ଦଳ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ରାଜ୍ୟରେ ଅଣ ବିଜେପି ସରକାର ଗଠନ ପାଇଁ ୩ ଦଳ ଜୋରଦାର ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଆଜି ଅପରାହ୍ନ ୪ଟା ୩୦ରେ ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ଶେଷ ମୁହୁର୍ତ୍ତରେ କାହିଁକି ସ୍ଥଗିତ ରହିଲା ତାହା ବଡ଼ ପ୍ରଶ୍ନ ।…

ସେପଟେ ସୋମବାର ଠାରୁ ସଂସଦର ଶୀତକାଳିନ ଅଧିବେଶନ ଆରମ୍ଭ ହେବ । ହେଲେ ରାଜ୍ୟସଭାରେ ଶିବସେନାର ସାଂସଦ ସଂଜୟ ରାଉତ ଓ ଅନିଲ ଦେଶାଇ ବିରୋଧୀ ଦଳ ଆସନରେ ବସିବେ ବୋଲି ସ୍ପଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ବୁଝାମଣା ହୋଇନପାରିବାରୁ ୪ ଦଶନ୍ଧି ପୁରୁଣା ସଂପର୍କ ତୁଟିଯାଇଛି ।

ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ବସିବାକୁ ଥିବା ଏନ୍‌ଡିଏ ବୈଠକରେ ଶିବସେନା ଯୋଗ ଦେବ ନାହିଁ । ବିଜେପି ପକ୍ଷରୁ ବିଧାୟକମାନଙ୍କୁ କିଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ କରିଛି ଶିବସେନା ।ରାଷ୍ଟ୍ରପତି ଶାସନର ଅଢୁଆଳରେ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରାଯାଉଥିବା ଶିବସେନା ମୁଖପତ୍ରରେ ଲେଖାଯାଇଛି ।

ମହାରାଷ୍ଟ୍ରରେ କେବେ ସରକାର ଗଠନ  ହେବ ଏବଂ ତାହା କେତେ ସ୍ଥାୟୀ ରହିବ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି ।…

   Related Posts