ଦୁହିଁଙ୍କ ଭିତରେ ଏମିତି କଣ ସମ୍ପର୍କ ଥିଲା ଯେ, ଅଳକାଙ୍କ ବିବାହ କଥା ଶୁଣି ଅମିଷା ସୈତାନ ପାଲଟିଗଲା ଆଉ କାଟିଦେଲା ବେକ?

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର୨୧|୧: ଏବେବି ରହସ୍ୟ ଘେରରେ ଅଳକା ହତ୍ୟାକାଣ୍ଡ ଘଟଣା । ସାଙ୍ଗ ହୋଇ କିଭଳି ନିଜ ସାଙ୍ଗକୁ ବିଭତ୍ସଭାବେ ହତ୍ୟା କଲେ । ଏହାକୁ ନେଇ ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

ହତ୍ୟାକାଣ୍ଡ ପଛର କାରଣ କଣ ? କାହିଁକି ଅମିଷା ମିତ୍ର ଅଳକାଙ୍କୁ ହତ୍ୟା କଲେ ? ସାଙ୍ଗ ହୋଇ କିଭଳି ସାଙ୍ଗର ବେକ କାଟିଲେ ?  ଜୀବନ ଠାରୁ ଅଧିକ ଭଲ ପାଉଥିବା ବାନ୍ଧବୀକୁ କିଭଳି ପରିବା କଟା ଝୁରିରେ ବିଭତ୍ସ ଭାବେ ହତ୍ୟା କରି ପାରିଲେ ? ଦୀର୍ଘ ୧୦ ବର୍ଷର ସମ୍ପର୍କକୁ କପରି ନିମିଷକ ଭିତରେ ଭୁଲିଗଲେ ?  ହତ୍ୟାକାଣ୍ଡ ପଛରେ ଅମିଷାଙ୍କ ସହ ଆଉ କିଏ ରହିଛି କି ? ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ନୁହେଁ ତ ?  

ଭୁବନେଶ୍ବର ଗୌରୀନଗର ଲେନ ୫ ରେ ଗତ ଶନିବାର ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାକୁ ନେଇ ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି କମିଶରେଟ ପୋଲିସ ।ଗୋଟିଏ ପଟେ  ଅମିଷା ପୋଲିସ ନିକଟରେ ଅଳକାଙ୍କୁ ହତ୍ୟା କରିଥିବା ସ୍ବିକାର କରିଛନ୍ତି ସତ । ମାତ୍ର କେଉଁ କାରଣରୁ ହତ୍ୟା କଲେ । ସେ ନେଇ ଅମିଷା ମୁହଁ ଖୋଲୁ ନ ଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଯାହା ବର୍ତମାନ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଳଟିଛି । ସେପଟେ ଘର ମାଲିକଙ୍କ କହିବା ମୁତାବକ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ବହୁବାର ଯୁକ୍ତି ତର୍କ ହେଉଥିଲା । ଏପରିକି ହତ୍ୟାକାଣ୍ଡ ଘଟିବା ପୂର୍ବରୁ ମଧ୍ୟ ଉଭୟ ଭିତରେ ବଚସା ହୋଇଥିଲା । ଏଥିରେ ସ୍ପଷ୍ଟ ଯେ, ଉଭୟଙ୍କ ଭିତରେ ମତ ପାର୍ଥ୍ୟକ୍ୟ ଥିଲା । ଅପରପକ୍ଷରେ ଅଳକାଙ୍କ ପରିବାର ଲୋକ ଏହାକୁ ନେଇ ମୁହଁ ଖୋଲୁ ନାହାନ୍ତି । ସବୁଠାରୁ ବଡ କଥା ଉଭୟଙ୍କ ଭିତରେ ଥିବା ଘନିଷ୍ଠତାକୁ ବିଷୟରେ ସେମାନେ ଅଜ୍ଞ ଥିବା କହିଥିଲେ । ଯଦି ଉଭୟ ଦିଗକୁ ଦେଖାଯାଏ ଅଳକାଙ୍କ ଏବଂ ଅମିଷା ଭିତରେ ଥିବା ସମ୍ପର୍କକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହା ବର୍ତମାନ ବୁଡିଆଣିଜାଲ ପରି ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ପୋଲିସର ସୂଚନା ମୁତାବକ ଅଳକାଙ୍କ ନିର୍ବନ୍ଧକୁ ନେଇ ଅମିଷା କୁଆଡେ ବ୍ୟତିବ୍ୟସ୍ତ ଥିଲେ । ଆସନ୍ତା ୨୩ ତାରିଖରେ ଅଳକାଙ୍କର ନିର୍ବନ୍ଧ ଥିଲା । ଯାହାକୁ ବିରୋଧ କରୁଥିଲେ ଅମିଷା । ତେବେ ଏଠାରେ ପ୍ରଶ୍ନ ଆସୁଛି ଅମିଷା କାହିଁକି ଅଳକା ବିବାହକୁ ବିରୋଧ କରୁଥିଲା । ବିହାହକୁ ବିରୋଧ କରିବା ପଛର ରହସ୍ୟ କଣ । ସେମାନଙ୍କ ଭିତରେ ଏମିତି କଣ ସମ୍ପର୍କ ଥିଲା ଯେ, ଅଳାକାଙ୍କ ବିହାହ କଥା ଶୁଣି ଅମିଷା ସୈତାନ ପାଲଟିଗଲେ । ହତ୍ୟକାଣ୍ଡର ସବୁ ଦିଗକୁ ତନ ନନ କରି ଖୋଡତାଳ କରି ତଦନ୍ତ କରୁଛି କମିଶନରେଟ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.