Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଏବେ ମଧ୍ୟ ଆମ ଆଦେଶର ଅନୁପାଳନରେ ବିଳମ୍ବ ଘଟୁଛି, ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ, ଦେଲେ ଏମିତି ଆଦେଶ

16/07/2021 at 8:18 PM

ନୂଆଦିଲ୍ଲୀ ୧୬।୦୭:  ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ଏକ ଜାମିନ ସମ୍ବନ୍ଧିତ ନିଜର ଆଦେଶର ଅନୁପାଳନରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଦାଲତ କ୍ଷୋଭ ପ୍ରକାଶ କରି କହିଛନ୍ତି, ଏମିତି କାରଣରୁ ନାଗରିକଙ୍କୁ ସ୍ଵାଧୀନତାର ମୌଳିକ ଅଧିକାର ମିଳିବାରେ ମଧ୍ୟ ବିଳମ୍ବ ଘଟୁଛି।

ସର୍ବୋଚ୍ଚ ଅଦାଲତ ଏହାକୁ ଦୃଷ୍ଟିରେ ରଖି ଏକ ଯୋଜନା ଆରମ୍ଭ କରିବାକୁ ନିର୍ଣ୍ଣୟ ନେଇଛନ୍ତି, ଯଦ୍ଵାରା ଅଦାଲତ ଆଦେଶର ତ୍ଵରିତ ଓ ସୁରକ୍ଷିତ ଭାବେ ସଞ୍ଚାଳନ  ହୋଇ ପାରିବ। ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ଵାଧୀନ ତିନି ଜଣିଆ ପୀଠ କହିଛନ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଏହି ଯୁଗରେ ଆମେ ମଧ୍ୟ ତ୍ଵରିତ ସମୟରେ ନିଜ କାମ ସଞ୍ଚାଳନ କରିବାକୁ ଚାହୁଁଛୁ।

ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜ ଆଡୁ ହସ୍ତକ୍ଷେପ କରି ନିଜ ରେଜିଷ୍ଟ୍ରିକୁ ସୁରକ୍ଷିତ, ବିଶ୍ଵସନୀୟ ଓ ପ୍ରାମାଣିକ ଚ୍ୟାନେଲ ମାଧ୍ୟମରେ ଆଦେଶର ସଞ୍ଚାଳନ ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଉଦ୍ଦେଶ୍ୟ ଆଦେଶକୁ ସମ୍ବନ୍ଧିତ ଜେଲ୍, ଜିଲ୍ଲା ଅଦାଲତ ଓ ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ। ଏଥିରେ ସମୟ ବଞ୍ଚିବା ସହ ଏହା ସୁନିଶ୍ଚିତ କରାଯାଇ ପାରିବ ଯେ, ସୁପ୍ରିମକୋର୍ଟ ଦ୍ଵାରା ପାରିତ ଆଦେଶର କାର୍ଯ୍ୟନ୍ଵୟନରେ କୌଣସି ବିଳମ୍ବ ଘଟୁନାହିଁ। ସ୍ଵତନ୍ତ୍ର ପୀଠ ସୁପ୍ରିମକୋର୍ଟର ମହାସଚିବଙ୍କୁ ଦୁଇ ସପ୍ତାହ ମଧ୍ୟରେ ଯୋଜନା ସମ୍ବନ୍ଧିତ ଏକ ବ୍ୟାପକ  ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି।

   Related Posts