Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାରିବାରିକ କଳହର କରୁଣ ପରିଣତି- ଏବେ ବି ମିଳୁନି କାଠଯୋଡିକୁ ଡେଇଁଥିବା ଯୁବକଙ୍କର ପତ୍ତା

କଟକ ୧୦।୧୦ – ଆଜି ମଧ୍ୟ କାଠଯୋଡିକୁ  ଡେଇଁପଡିଥିବା ନିଆଳୀ କରଞ ଅଞ୍ଚଳର ଦେବବ୍ରତଙ୍କର କୌଣସି ପତ୍ତା ମିଳି ପାରିଲା ନାହିଁ.। ସଂଧ୍ୟା ହେବାରୁ ଉଦ୍ଧାରକାରୀ ଦଳ ଆଜିର ଉଦ୍ଧାର କାର୍ଯ୍ୟକୁ ବନ୍ଦ ରଖିଛନ୍ତି…ଆଜି ଦୁଇଟି ଉଦ୍ଧାରକାରୀ ଦଳ ସ୍କୁବା ଡାଇଭର୍‌ଙ୍କ ସହ ଉଦ୍ଧାର କାମରେ ନିୟୋଜିତ ହୋଇଥିଲେ। କାଠଯୋଡି ନଦୀର ତଳକୁ ପ୍ରାୟ ୨୦ ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଏହି ଦୁଇଟି ଉଦ୍ଧାରକାରୀ ଦଳ ଦେବବ୍ରତଙ୍କୁ ଖୋଜା ଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ ।

.କାଠଯୋଡିର ପ୍ରଖର ସୂଅ ଯୋଗୁଁ ଉଦ୍ଧାର କାମ ବାଧାପ୍ରାପ୍ତ ହେଉଥିବା ଉଦ୍ଧାରକାରୀ ଦଳ କହିଛନ୍ତି। ଆସନ୍ତା କାଲି ପୁଣି ଥରେ ଉଦ୍ଧାରକାରୀ ଦଳ ନିୟୋଜିତ ହେବେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଦେବବ୍ରତଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିଭିନ୍ନ କଥା ଶପଣିବାକୁ ମିଳୁଛି  ।

..ଦେବବ୍ରତଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁସାରେ ତାଙ୍କର ସିଜୋଫର୍ଣ୍ଣିଆ ରୋଗ ଥିଲା ଓ ପୂର୍ବରୁ ମଧ୍ୟ ଦେବବ୍ରତ କେତେ ଥର ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସିଜୋଫର୍ଣ୍ଣିଆ ଏକ ମାନସିକ ରୋଗ , ଯେଉଁଥିରେ ହଠାତ୍ ଉତ୍ତେଜିତ ହୋଇ ବ୍ୟକ୍ତି କିଛି ବି କାଣ୍ଡ ଘଟାଇ ପାର । ତେବେ ପାରିବାରିକ ଅଶାନ୍ତି ଦେବବ୍ରତଙ୍କ ଆତ୍ମହତ୍ୟା ଉଦ୍ୟମର ମୂଳ କାରଣ ବୋଲି ପୋଲିସ୍ କହିଛି । ଗତ କାଲି କଟକ ନିକଟ କାଠଯୋଡି ପୋଲ ଉପରୁ ସ୍ତ୍ରୀ ଓ ଛୋଟ ପୁଅ ଆଗରେ ହିଁ ଦେବବ୍ରତ କାଠଯୋଡିକୁ ଡେଇଁ ପଡିଥିଲେ ।

2001 Views

   ସମ୍ବନ୍ଧିତ ଖବର