ଏବେ ବି ରହସ୍ୟ ଘେରରେ ନଦୀ ପଠାରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକା ଉଦ୍ଧାର ଓ ପରେ ମୃତ୍ୟୁ ଘଟଣା, ଫେରାର ହୋଇଥିବା ୨ ଯୁବକଙ୍କୁ ଗିରଫ ପରେ ହୋଇ ପାରେ ଘଟଣାର ପର୍ଦ୍ଦାଫାଶ
4/11/2019 at 6:45 PM

ଯାଜପୁର/ଧାମନଗର ୦୪।୧୧ – ଭଦ୍ରକ କୋଚିଲା ନଦୀପଠାରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର ନାବାଳିକାଙ୍କର କଟକ ବଡ଼ ମେଡିକାଲରେ ମୃତ ଘଟଣାରେ ତଦନ୍ତ ଜୋର ଧରିଛି। ଉଦ୍ଧାର ନାବାଳିକାଙ୍କୁ ନଦୀ ପଠାରୁ ଆଣି ମେଡିକାଲରେ ଭର୍ତ୍ତି କରିଥିବା ଦୁଇ ଯୁବକ ଫେରାର ହୋଇଯିବା ପରେ ଘଟଣା ନୂଆମୋଡ ନେଇଛି। ପୂର୍ବାଞ୍ଚଳ ଆଇଜି ଭଦ୍ରକ ଏସ୍ପିଙ୍କୁ ୨୪ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। …

ରହସ୍ୟ ଘେରରେ ଭଦ୍ରକ ଧାମନଗର ବ୍ଲକ ଅର୍ଜୁନପୁର କୋଚିଳା ନଦୀ ପଠାରୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ନାବାଳିକାଙ୍କ ମୃତ୍ୟୁ । ନାବାଳିକାଙ୍କୁ ଅପହରଣ କରିବା ପରେ ଗାଡ଼ି ଦୁର୍ଘଟଣା ଘଟାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ନାବାଳିକା ଜଣକ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଳର ।ଦୁଇ ଜଣ ଯୁବକ ନାବାଳିକାଙ୍କୁ ଉଦ୍ଧାର କରି ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ନାବାଳିକା ଜଣକ ଦୁର୍ଘଟଣାରେ ଆହତ ହୋଇ ନଦୀପଠାରେ ପଡ଼ିଥିବା ବେଳେ ସେମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା କହିଥିଲେ । ପରେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ ୨ ଯୁବକ ।

ସ୍ଥାନୀୟ ଲୋକେ ଗୁରୁତର ନାବାଳିକାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ କଟକ ବଡ଼ ମେଡିକାଲରେ ନାବାଳିକାଙ୍କର ମୃତ୍ୟୁ ପରେ ଘଟଣା ରହସ୍ୟାବୃତ୍ତ ରହିଛି । ଦୁଇ ଜଣ ଯୁବକ ସେହି ନାବାଳିକାଙ୍କୁ ବାଇକ୍ରେ ବସାଇ ଦ୍ରୁତଗତିରେ ଗାଡ଼ି ନେଇଯାଉଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଗାଡ଼ି ଧକ୍କା କରି ନାବାଳିକା ଜଣକୁ ହତ୍ୟା କରାଯାଇଥିବା କହିଛନ୍ତି ମୃତ ନାବାଳିକାଙ୍କ ବାପା ।…

ଏହି ଘଟଣାରେ ଅଭିଯୁକ୍ତଙ୍କ ସହ ଅନ୍ୟ ତିନିଜଣ ଯୁବକ ସାମିଲ ଥିଲେ। ପୋଲିସ ହବିବ ନଗର ଅଞ୍ଚଳରୁ ସହଯୋଗୀ ଗୁଲାମ ଗସ୍କୁ ଅଟକ ରଖି ଯାଜପୁର ମଙ୍ଗଳପୁର ପୋଲିସକୁ ହସ୍ତାନ୍ତର କରିଛି । ମୁଖ୍ୟ ଅଭିଯୁକ୍ତ ସେକ ନନ୍ ଓ ଅନ୍ୟ ୨ ସହଯୋଗୀ ଫେରାର ହୋଇଯାଇଛନ୍ତି। ଘଟଣା ବିଷୟରେ ଜଣେ ବ୍ୟକ୍ତି ପୂର୍ବାଞ୍ଚଳ ଆଇଜିଙ୍କୁ ଟ୍ବିଟ୍ କରିଥିଲେ। ପୂର୍ବାଞ୍ଚଳ ଆଇଜି ଘଟଣାର ତଦନ୍ତ ଦାୟିତ୍ଵ ଭଦ୍ରକ ଏସପିଙ୍କୁ ଦେଇଥିଲେ। କିନ୍ତୁ ଭଦ୍ରକ ଏସ୍ପି ଟ୍ବିଟ୍ର ଉତ୍ତର ଦେଇଥିଲେ ଯେ ଏମିତି କୌଣସି ଘଟଣା ଭଦ୍ରକ ଜିଲ୍ଲାରେ ଘଟିନାହିଁ । ଘଟଣା ଯାଜପୁର ଜିଲ୍ଲାର। ଏସ୍ପିଙ୍କ ଏହି ମନ୍ତବ୍ୟ କୁ ନେଇ ସୋସିଆଲ ମିଡିଆରେ ଖୁବ୍ ପ୍ରତିକ୍ରିୟା ସୃଷ୍ଟି ହେବାପରେ ପୂର୍ବାଞ୍ଚଳ ଆଇଜି ଭଦ୍ରକ ଏସ୍ପିଙ୍କୁ ନିଜେ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ।
ପ୍ରଥମେ ଅପହରଣ ଓ ପରେ ଗାଡି ଧକ୍କା ପୁଣି ନାବାଳିକାଙ୍କୁ ମେଡିକାଲରେ ଗୁରୁତର ଅବସ୍ଥାରେ ଛାଡି ପଳାଇଯିବାକୁ ନେଇ ସନ୍ଦେହ ବଢି଼ବାରେ ଲାଗିଛି ।ମୁଖ୍ୟ ଅଭିଯୁକ୍ତ ଗିରଫ ହେଲେ ଘଟଣାର ରହସ୍ୟ ଜଣାପଡିବ।…