Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ବିଛିନ୍ନାଞ୍ଚଳ ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ୍‌ – ହେଲେ ବଣ୍ଡା ଘାଟିରେ ଆଜି ବି ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା

28/11/2019 at 6:04 PM

ମାଲକାନଗିରି ୨୮।୧୧ –  ମାଲକାନାଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଶହେ କେ।ଟି ଟଙ୍କାର ପ୍ୟାକେଜ ଘେ।ଷଣା କରିଥିଲେ ରାଜ୍ୟ ସରକାର । ବିଶେଷ କରି ବଣ୍ଡା ଜନଜାତି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଥିବା କୁହାଯାଉଛି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ ଓଲଟା । ଖଇରପୁଟ ବ୍ଲକ ବଣ୍ଡା ଘାଟି ରେ ଆଜିବି ଅପହଞ୍ଚ ଶିକ୍ଷା ବ୍ୟବସ୍ଥା ।

ମାଲକାନାଗିରି ଜିଲ୍ଲାରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ସ୍କୁଲ ଥାଇ ଶିକ୍ଷକ ନାହାନ୍ତି ତ କେଉଁଠି ପିଲାଙ୍କୁ ବସାଇବାକୁ ଘର ନାହିଁ । ଏମିତିକି ଅନେକ ପିଲା ଆଜି ଯାଏ ସ୍କୁଲ ମାଟି ବି ମାଡିନାହାନ୍ତି । ବଡବେଲ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ ଥିଲା ଅତି ଦୟନୀୟ । ୫ ବର୍ଷ ହେଲା ସ୍କୁଲ ଭାଙ୍ଗିରୁଜି ଯାଇଥିବା ବେଳେ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା । ଡୁମୁରିପଡା  ବିଦ୍ୟାଳୟ , ସେଠି ଦୁଇ ଜଣ ଶିକ୍ଷକ ଏବଂ ଦୁଇ ଜଣ ଶିକ୍ଷୟିତ୍ରୀ ପାଠ  ପଢାଯାଉଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାମାନଙ୍କୁ ପାଠ ପଢାଉଥିବା ଶିକ୍ଷ ଶିକ୍ଷୟିତ୍ରୀ ସରକାରୀ ନୁହନ୍ତି । କାହାର ଶିକ୍ଷାଗତ ଯେ।ଗ୍ୟତା ମାଟ୍ରିକ୍ ଫେଲ ତ କିଏ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଓଡିଆ କଣ ଜାଣନ୍ତି ନି ଶିକ୍ଷକ କି ଛାତ୍ରଛାତ୍ରୀ । ଏକ ସ୍ବେଚ୍ଛାସେବୀ ସଙ୍ଗଠନରୁ ୬ ହଜାର ଟଙ୍କା ଦରମାରେ ଏମାନ ଚାକିରି କରୁଛନ୍ତି ।

ସରକାରଙ୍କ ମଧ୍ୟାହ୍ନ ଭେ।ଜନ, ମାଗଣା ବହି, ସାଇକେଲ, ୟୁନିଫର୍ମ ସବୁ ଏଠି ଫେଲ । କାରଣ ଦିନେ ହେଲେ ବି ଜିଲ୍ଲା ଶିକ୍ଷା ଅଧିକାରୀ ପାଦ ପଡିନି ଏହି ଅଞ୍ଚଳରେ । କିଛି ସ୍ବେଚ୍ଛାସେବୀ ସଙ୍ଗଠନର ସହାୟତାରେ ଚାଲିଛି ସ୍କୁଲ । ତେବେ ଏସବୁ ଦୃଶ୍ୟ ଦେଖିବା ପରେ ପ୍ରଶ୍ନ ଆସିବା ସ୍ବାଭାବିକ । କଣ କରୁଛନ୍ତି ଏଠିକାର ଲେ।କ ପ୍ରତିନିଧି । ଜିଲ୍ଲା ପ୍ରଶାସନର ଦାୟିତ୍ବ କଣ ।  ସରକାରୀ ଯୋଜନା ସଫଳ ରୂପାୟନ ଏଠାରେ ହୋଇ ପାରୁଛି ତ ।

   Related Posts