ମହିଳାଙ୍କ ଅଣ୍ଟା ତଳକୁ ଅଧା ମୃତଦେହ ଓ ୨ ଶିଶୁଙ୍କ ମୃତଦେହ ଜବତ ଘଟଣା- ପୁଲିସ ପାଇ ପାରୁନି ପରିଚୟ

Published By : Prameya-News7 Bureau | November 10, 2019 IST

ଦେବଗଡ ୧୦।୧୧ -  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ତିନୋଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର ଘଟଣା ର ୨୪  ଘଣ୍ଟା ବିତିଯାଇଥିବା

 ବେଳେ ପୋଲିସ ଏପର୍ଯ୍ୟନ୍ତ ମୃତକମାନଙ୍କର ପରିଚୟ  ପାଇପାରିନାହିଁ। ଘଟଣା ସ୍ଥଳର ଆଖପାଖ ଅଞ୍ଚଳରେ କୌଣସି ମହିଳା ଓ ଶିଶୁ ଙ୍କ ନିଖୋଜ ଖବର ନ ଥିବା ବେଳେ ଏହା ପଡୋଶୀ ଜିଲ୍ଲାର ଘଟଣା ଓ କେହି ଏହି ଜଙ୍ଗଲ ମଧ୍ୟକୁ ଆଣି ଶବକୁ ପୋତିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି।

{"id":182202}

ଶବ ମଧ୍ୟରେ ଜଣେ ମହିଳା ଙ୍କ ଅଣ୍ଟାରୁ ତଳକୁ କଟାଯାଇଥିବା ଏକ ଶବ ରହିଥିବା  ବେଳେ ଶବର ଅନ୍ୟ ଅଂଶ ର ତଲାସୀରେ ପୋଲିସ ଲାଗିଛି । ସେହିଭଳି ଦେବଗଡ ଅଞ୍ଚଳରେ ଅଣ୍ଟାରୁ ଉପରକୁ ରହିଥିବା ଏକ ଶବର ଫୋଟ ମୋବାଇଲ ରେ ଭାଇରାଲ ହୋଇଥିବା ବେଳେ ଏହି ଅଂଶ ର ଖୋଜାଖୋଜି ରେ ପୋଲିସ ଲାଗିଛି । ଶବ ଗୁଡିକର ପ୍ରକୃତ ପରିଚୟ ମିଳିବା ପରେ ମୃତ୍ୟୁ ରହସ୍ୟ ଓ ଜଙ୍ଗଲ ମଧ୍ୟରେ ପୋତିବା କାରଣ କଣ ତାହା ଜଣାପଡିବ  ବୋଲି ଦେବଗଡର ଅତିରିକ୍ତ ଏସ୍‌ପି ରବିନାରାୟଣ ସିଂ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.