ଛିଣ୍ଡୁନି ଛତିଶଗଡ ଅଂକ, ୪ଜଣ ଆଶାୟୀଙ୍କ ମଧ୍ୟରୁ କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ? ମିଜୋରାମରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

Published By : Prameya-News7 Bureau | December 15, 2018 IST

ଭୁବନେଶ୍ବର ୧୫|୧୨: ରାଜସ୍ଥାନ, ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ନେଇ ଅଙ୍କ ଛିଣ୍ଡିଲା, ହେଲେ  ଛତିଶଗଡ଼ ନେଇ ଏବେ ବି ଲାଗି ରହିଛି ସସ୍ ପେନ୍ସ। ମୁଖ୍ୟମନ୍ତ୍ରୀ ପଦ ନେଇ ୩ ଜଣଙ୍କ ନାଁ ସାମ୍ନାକୁ ଆସିଛି । ତାଲିକାରେ ଥିବା ଟିଏସ ସିଂହଦେଓ, ତାମ୍ରଧ୍ବଜ ସାହୁ, ଭୁପେଶ ବାଘେଲ ଏବଂ ଚରଣଦାସ ମହନ୍ତଙ୍କ ମଧ୍ୟରୁ କାହା ଉପରେ କଂଗ୍ରେସ ହାଇକମାଣ୍ଡ ଆସ୍ଥା ପ୍ରକଟ କରୁଛନ୍ତିତାକୁ ଅପେକ୍ଷା । ସେପଟେ ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଆଜିଶପଥ ନେଇଛନ୍ତି ମିଜୋ ନ୍ୟାସନାଲ୍ ଫ୍ରଣ୍ଟ ମୁଖ୍ୟ ଜୋରାମଥାଙ୍ଗା। 

{"id":64056,"width":588,"height":441}

୧୫ବର୍ଷ ପରେ ଛତିଶଗଡ଼ରେ କ୍ଷମତା ଅକ୍ତିଆର କରିବାକୁ ଯାଉଛି କଂଗ୍ରେସ  ।ହେଲେ କିଏ ହେବ ମୁଖିଆ ତାକୁ ନେଇ ୪ ଦିନ ଧରି ଲାଗି ରହିଛି ଘଣ୍ଟାଚକଟା ।ମୁଖମନ୍ତ୍ରୀପଦପାଇଁ ଚାରି ଚାରିଜଣ ଦାବେଦାର। ଖୋଦ୍କଂଗ୍ରେସ ହାଇକମାଣ୍ଡଙ୍କ ଉପସ୍ଥିତିରେ ତିନି ତିନି ରାଉଣ୍ଡ ଆଲୋଚନା ପରେ ବି ସ୍ପଷ୍ଟ ହୋଇପାରୁନିଚିତ୍ର ।…   ଆସନ୍ତୁନଜର ପକାଇବା ୪ ଦାବେଦାରଙ୍କ ଉପରେ ।…  

{"id":64057,"width":576,"height":576}

ସବୁଠୁ ଆଗରେ ଅଛନ୍ତି ଟି.ଏସ୍.ସିଂହଦେଓ। ୨୦୧୩ରେ ନିର୍ବାଚନ ହାରିବା ପରେ କଂଗ୍ରେସ୍ ତାଙ୍କୁ ବିଧାୟକ ଦଳର ନେତା ଭାବେ ଦାୟିତ୍ବ ଦେଇଥିଲା । ଛତିଶଗଡ଼ କଂଗ୍ରେସକୁ ଏକଜୁଟ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଚଳିତ ନିର୍ବାଚନରେ ସେ ଦଳୀୟ ଇସ୍ତାହାର କମିଟିର ଅଧ୍ୟକ୍ଷ ରହି ସବୁ ବର୍ଗଙ୍କୁ ଛୁଇଁବା ପାଇଁ ପ୍ରୟାସ  କରିଥିଲେ । ଏହାସହସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କର ମଧ୍ୟ ଅତିପ୍ରିୟ ବୋଲି କୁହାଯାଉଛି ।… 

{"id":64058}

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀପଦ ପାଇଁ ଆଉ ଜଣେ ଦାବିଦାର ହେଉଛନ୍ତି ଭୂପେଶ ବାଘେଲ। ଭୂପେଶ ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। କୁହାଯାଉଛି,ଦଳକୁତୃଣମୂଳସ୍ତରରେ ସୁଦୃଢ଼ କରିବାରେ ଭୂପେଶଙ୍କର ମଧ୍ୟ ମୁଖ୍ୟ ଭୂମିକା ରହିଛି । ତାଙ୍କ ପଛରେ ଦଳୀୟସମର୍ଥନ ମଜଭୁତ ରହିଛି । 

{"id":64059,"width":591,"height":591}

ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ହେଉଛନ୍ତି ତାମ୍ରଧ୍ବଜ ସାହୁ । ସରଳ ସ୍ବଭାବର ତାମ୍ରଧ୍ବଜଙ୍କ ନାମକୁ ନେଇ ମଧ୍ୟ ଦଳରେ ଚର୍ଚ୍ଚା ଚାଲିଛି । କଂଗ୍ରେସର ଓବିସି ୱିଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବାରୁ ତାଙ୍କ ପଛରେ ଏକ ବଡ଼ ଜନସମର୍ଥନ ରହିଛି । ୨୦୧୪ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସେ ଏବେ ସାଂସଦ ଅଛନ୍ତି । ଏହି ରାଜନେତାଙ୍କର ସାଙ୍ଗଠନିକ ଦକ୍ଷତା ମଧ୍ୟ ମଜଭୁତ ଥିବା କୁହାଯାଉଛି।

ସେହିପରିସିଏମ୍ ରେସ୍‌ରେମଧ୍ୟ ଅଛନ୍ତି ଚରଣଦାସ ମହନ୍ତ ।…

{"id":64053}

ସେପଟେ ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ମିଜୋ ନାସନାଲ୍ ଫ୍ରଣ୍ଟ ମୁଖ୍ୟ ଜୋରାମଥାଙ୍ଗା । ରାଜଭବନରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମିଜୋରାମ ରାଜ୍ୟପାଳ କୁମାନମ୍ ରାଜଶେଖରନ୍। ପ୍ରଥମଥର ପାଇଁ ମିଜୋରାମ୍ ରେ ଖ୍ରୀଷ୍ଟିଆନ ପରମ୍ପରାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ୪୦ଆସନ ବିଶିଷ୍ଟ ବିଧାନସଭାରେ ୨୬ ଆସନ ପାଇ ମିଜୋ ନାସନାଲ୍ ଫ୍ରଣ୍ଟ ସରକାର ଗଢିଛି । ଜୋରାମଥାଙ୍ଗା ଆଗରୁ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.