କେନ୍ଦ୍ର ବଜେଟରୁ ଓଡିଶାକୁ ମିଳିବ କେତେ? ଗତ ଥର ତୁଳନାରେ ବଢିବ ନା କମିବ ଜାଣନ୍ତୁ…

Published By : Prameya-News7 Bureau | July 06, 2019 IST

ଭୁବନେଶ୍ବର୭|୬: କେନ୍ଦ୍ର ବଜେଟରୁ ଓଡିଶା ପାଇବ କେତେ । ରାଜ୍ୟ ଲାଭରେ ରହିବ ନା କ୍ଷତିରେ । ତାକୁ ନେଇ ଏବେ ସମସ୍ତେ ଦ୍ବନ୍ଦରେ ଥିବାବେଳେ ଏନେଇ ରାଜ୍ୟ ଅର୍ଥ ବିଭାଗ ବି ଟେନସନରେ । ଏଥର କେନ୍ଦ୍ରିୟ ବଜେଟରୁ ରାଜ୍ୟ ଆଶା କରୁଥିଲା କେନ୍ଦ୍ରିୟ ଟିକସ ବାବଦକୁ ୩୯ ହଜାର ୨୦୭ କୋଟି ଏବଂ କେନ୍ଦ୍ରିୟ ଅନୁଦାନ ବାବଦକୁ ୩୦ ହଜାର ୫୫୯ କୋଟି ପାଇବ ବୋଲି । କିନ୍ତୁ ଏହି ପରିମାଣ ଅର୍ଥ ରାଜ୍ୟ ପାଇବ କି ନାହିଁ ତାହା ଅସ୍ପଷ୍ଟ । କାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ଯେଉଁ କାମଚଳା ବଜେଟ ଉପସ୍ଥାପନ କରିଥିଲା ସେଇ ଅନୁପାତରେ ଏହି ଆକଳନ କରାଯାଇଥିଲା । ଯେଉଁଥିପାଇଁ ରାଜ୍ୟ ସରକାର ୨୦୧୯-୨୦ ବଜେଟ ଅଟକଳକୁ ୧ଲକ୍ଷ ୩୯ ହଜାର କୋଟିକୁ ବଢାଇଥିଲେ ।

{"id":131134}

ଏବେ ପୂର୍ଣ୍ଣାଙ୍ଗ ବଜେଟ ଆସିବାପରେ ସେହି ଅନୁପାତରେ କେନ୍ଦ୍ରିୟ ଅର୍ଥ ମିଳିବ ବୋଲି ରାଜ୍ୟ ସରକାର ନିଶ୍ଚିତ ନୁହଁନ୍ତି । କିନ୍ତୁ ଗତବର୍ଷ ତୁଳନାରେ ରାଜ୍ୟ କମ୍ ଅର୍ଥ ପାଇବ ନାହିଁ । ଗତବର୍ଷ ତୁଳନାରେ ଏବର୍ଷ ଅଧିକ ଅର୍ଥ ପାଇବ ବୋଲି ଅର୍ଥ ବିଭାଗର ଅଧିକାରୀ ମାନେ ହିସାବ କରିଛନ୍ତି । ଯାହାକୁ ନେଇ ବିଜେଡି-ବିଜେପି ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  

{"id":131135}

୨୦୧୮ -୧୯ରେ ଓଡିଶା କେନ୍ଦ୍ରିୟ ଟିକସ ବାବଦରୁ ପାଇଥିଲା ୩୬ ହଜାର ୫୮୬ କୋଟି । ସେହିଭଳି କେନ୍ଦ୍ରିୟ ଅନୁଦାନ ବାବଦରୁ ମିଳିଥିଲା ୨୪,୭୬୪ କୋଟି । ସେତେବେଳେ ରାଜ୍ୟ ବଜେଟ ଥିଲା ୧ଲକ୍ଷ ୨୦ ହଜାର କୋଟି ।  ତେବେ ଏଥର ବଜେଟ ଅଟକଳକୁ ୧ ଲକ୍ଷ ୩୯ ହଜାର କୋଟି କରିଥିଲେ ଓଡିଶା ସରକାର । ଯେଉଁଥିରେ ୨୩ ହଜାର ୭୩୪ କୋଟି ଟଙ୍କା ଋଣ ଉଠାଇବା ଦର୍ଶାଯାଇଥିଲା ।

{"id":131136}

ବିତ୍ତୀୟ ନିୟଣ୍ଟକୁ ମଧ୍ୟ ୩ ପ୍ରତିଶତରୁ ଅଧିକ କରିଥିଲେ ସରକାର । କେନ୍ଦ୍ର ବଜେଟ ପୂର୍ବରୁ ରାଜ୍ୟ ସରକାର ନିଜ ବଜେଟ ଉପସ୍ଥାପନ କରି କେନ୍ଦ୍ରଠାରୁ କେତେ ମିଳିବ ତାର ଆଗୁଆ ଆକଳନ କରି ଯେଉଁ ବଡ ବଜେଟ ଉପସ୍ଥାପନ କରିଥିଲେ ତାକୁ କଂଗ୍ରେସ ସମାଲୋଚନା କରିଛି । ଦଳ କହିଛି ଏଭଳି କରି ବିଜେଡି-ବିଜେପି ଓଡିଶା ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ।

{"id":131137}

କୁହାଯାଉଛି କେନ୍ଦ୍ର ସରକାର ଟିକସ ଆଦାୟ ଲକ୍ଷ୍ୟରେ ପହଁଚି ପାରି ନଥିବାରୁ ରାଜ୍ୟମାନଙ୍କ କେନ୍ଦ୍ରୀୟ ଅଂଶ କମିବ । ସେଥିରେ ଓଡିଶା ଭାଗ ବି କମିବ । ଏହାବାଦ୍ ନରେଗା, ଜାତୀୟ ରାଜପଥ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦିରେ କମ୍ ଅର୍ଥ ବରାଦ ହୋଇଥିବାରୁ ଓଡିଶା ବି ସେଥିରେ କ୍ଷତିରେ ରହିବ ।

{"id":131138}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.