Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଦାବି ପରେ ଦାବି, ହେଲେ ସବୁ ବେଳେ ଅଣଦେଖା ; ଅଗଷ୍ଟ ୧ରେ କଳା ବ୍ୟାଚ ପିନ୍ଧି କାର୍ଯ୍ୟ କରିବ ଓଡିଶା ଭେଷଜ ପ୍ରୟୋଗଶାଳ ପ୍ରାଯୁକ୍ତିକ ସଂଘ

28/07/2021 at 2:50 PM

ଭୁବନେଶ୍ୱର ୨୮।୦୭:  କୋଭିଡ଼ କଟକଣାରେ ଓଡିଶା ଲାବୋରେଟୋରି ଟେକ୍‌ସିଆନ୍ ସଂଘର ଏକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ସଂଘର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାମାନେ ଯୋଗେ ଦେଇଥିଲେ । ସରକାର ଦୀର୍ଘଦିନର ଦାବି ଗୁଡ଼ିକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଆଗାମୀ ଦିନରେ ସଂଘ ପକ୍ଷରୁ କଳାବ୍ୟାଚ୍‌ ପିନ୍ଧି ଏହାର ପ୍ରତିବାଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ତେବେ କେନ୍ଦ୍ର ସରକାରୀ ଚିକିତ୍ସାଳୟ ମେଡିକାଲ କଲେଜ ଭଳି ପଦନାମ ସହିତ କ୍ୟାଡ଼ର ରୁଲର ପରିବର୍ତ୍ତନ ପାଇଁ ବାରମ୍ବାର ଦାବି ହୋଇଆସୁଛି । ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ବହୁ ଦୁଃଖଦାୟକ । ଡିଏମ୍‌ଏଲ୍‌ଟି କାଉନସିଲ୍‌ରେ ପଞ୍ଜୀକୃତ ପାଇଁ ଯୋଗ୍ୟତା ନଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ଚିକିତ୍ସାଳୟରେ କାମ କରିବାକୁ ସୁଯୋଗ ଦେଇ ଚିକିତ୍ସାର ଗୁଣାତ୍ମକ ମାନ ହ୍ରାସ ପାଉଛି । ନିକଟରେ ସରକାର କ୍ୟାଡ଼ର ରୁଲ୍‌ରେ ଆଂଶିକ ପରିବର୍ତ୍ତନ କରି ଟେକ୍ନିକାଲ ସୁପରାଭାଇଜର ୬ଟି ପଦବୀ ରକ୍ତଭଣ୍ଡାରରେ ସୃଷ୍ଟି କରିଛନ୍ତି । କିନ୍ତୁ ସିନିୟର ମାନେ ଏଥିରେ ରହିବାକୁ ସର୍ତ୍ତ ଯଥା- blood Componet Training ପାଇନାହାନ୍ତି , ଯେଉଁଥିପାଇଁ ଜୁନିଅର ମାନେ ପ୍ରମୋଶନ ପାଇବାର ଆଶଙ୍କା କରାଯାଇଛି । ତେଣୁ ସମସ୍ତ ଜୁନିଆର ଟେକନିସିଆନ୍‌ ମାନଙ୍କ ବାଧ୍ୟତାମୂଳକ ଏହି ଟ୍ରେନିଂ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି ।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ଥିବା ଜୁନିଅର ଓ ,ସିନିୟର ମାଇକ୍ରୋ ବାୟୋଲୋଜିଷ୍ଟ, ମେଡିକାଲ କଲେଜରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ମାନଙ୍କୁ କ୍ୟାଡ଼ର ରୁଲ୍‌ରେ ସ୍ଥାନୀତ ନ କରିବା ଦ୍ୱାରା ସେମାନେ ପ୍ରମୋଶନରୁ ବଞ୍ଚିତ ହେଉଛନ୍ତି । ଜୁନିଅର ଲାବୋରେଟୋରି ଟେକନିସିଆନ୍‌ ମାନଙ୍କ ଗ୍ରେଡ ଓ ପଦୋନ୍ନତି ଦୀର୍ଘ ୨ବର୍ଷ ହେଲା ହୋଇପାରୁନାହିଁ  । ତେଣୁ ବହୁ ସିନିୟର ମାନେ ଏହି ପଦୋନ୍ନତିରୁ ବଞ୍ଚିତ ହୋଇ ଅବସର ନେଉଛନ୍ତି । ନୂଆ ଜିଲ୍ଲାରେ ୧୯୯୧ ମସିହାରୁ ଏ ପର୍ଯ୍ୟନ୍ତ ପ୍ରମୋସନାଲ ପୋଷ୍ଟ କ୍ରିଏସନ ନହେବା ମଧ୍ୟ ଅନ୍ୟ ଏକ କାରଣ । ମୂଳ ପଦବୀ ୧୦୦୦ପଦ ୧ବର୍ଷ ହେବ ସୃଷ୍ଟି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଦବୀ ପୂରଣ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ସଭ୍ୟମାନ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ବିଭିନ୍ନ ସ୍କିମ ଓ ସୋସାଇଟି ଅଧିନରେ କାର୍ଯ୍ୟ କରୁଥିବା ପ୍ରାଇଭେଟ ପାସ୍‌ ଆଉଟ ଏଲ୍‌ଟିମାନଙ୍କ ଦାବି ଗୁଡ଼ିକ ସହୃଦୟତାର ସହିତ ବିଚାର କରିବାକୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କିଛି ଫଳ ମିଳୁନାହିଁ । ଶେଷରେ ସଂଘ ଆସନ୍ତା ଅଗଷ୍ଟ ୧ତାରିଖ ୨୦୨୧ରେ କଳା ବ୍ୟାଚ୍‌ ପିନ୍ଧି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି । କର୍ତ୍ତବ୍ୟରେ ଅବହେଳ ନକରି କଳା ବ୍ୟାଚ୍‌ ପରିଧାନ କରି ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରିବାକୁ  ସଂଘର ସାଧାରଣ ସଂପାଦକ ଶ୍ରୀ ଅକ୍ଷୟ କୁମାର  ସ୍ୱାଇଂ କହିଛନ୍ତି  ।

   Related Posts