Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ସ୍ତ୍ରୀକୁ ହାଣି ନିଜ ପେଟରେ ଛୁରୀ ଭୁସିଲା ସ୍ୱାମୀ

10/07/2020 at 10:47 AM

କୋରେଇ୧୦/୦୭: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ଖମଣ ପଞ୍ଚାୟତ ବଢ଼େଇଟିକର ଗ୍ରାମରେ ପାରିବାରିକ କଳହରୁ ସ୍ୱାମୀ-ସ୍ତ୍ରୀ ଲହୁଲୁହାଣ ହୋଇଛନ୍ତି । ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ପରିବାର ଲୋକଙ୍କ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶଙ୍ଖଚିଲା ବଢ଼େଇ ଟିକର ଗ୍ରାମର ଲକ୍ଷ୍ମୀଧର ମାଝୀ(୫୦) ଓ ତାଙ୍କ ସ୍ତ୍ରୀ ନୟନୀ ମାଝୀ (୪୩)ଙ୍କ ମଧ୍ୟରେ ଘରର ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଧିରେଧିରେ ପରିସ୍ଥିତି ଉଗ୍ରରୂପ ଧାରଣ କରିଥିଲା । ଉତ୍‌କ୍ଷିପ୍ତ ହୋଇ ଲକ୍ଷ୍ମୀଧର ଘରର ଗ୍ରୀଲରେ ଭିତରୁ ପଟୁ ତାଲା ପକାଇ ସ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ନୟନୀ ପ୍ରତିରୋଧ କରିବାରୁ ଲକ୍ଷ୍ମୀଧର ଉତ୍ତେଜିତ ହୋଇ ତାକୁ ମରଣାନ୍ତକ ଆକ୍ରମଣ କରିବା ସହିତ ନିଜ ପେଟରେ ଛୁରି ଭୁସି ଦେଇଥିଲେ।

ଫଳରେ ତାଙ୍କ ପେଟରୁ ଅନ୍ତଃବୁଜୁଳା ବାହାରକୁ ବାହାରି ପଡ଼ିଥିଲା । ଚିତ୍କାର ଶୁଣି ଗାଁ ଲୋକେ ଲକ୍ଷ୍ମୀଧରଙ୍କ ଘର ନିକଟକୁ ଦୌଡ଼ିଥିଲେ । ଘରର ଭିତର ପଟରୁ ଗ୍ରୀଲ୍‌ରେ ତାଲା ପଡ଼ିଥିବାରୁ ଘର ଭିତରକୁ ପଶି ପାରିନଥିଲେ । କିଛି ସମୟ ପରେ ଗ୍ରୀଲ୍‌ ତାଲା ଭାଙ୍ଗି ଘର ଭିତରକୁ ପଶି ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

   Related Posts