Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଡ୍ରଗ୍ସ୍ ମାଫିଆ ଛୋଟାର ୩ ସହଯୋଗୀଙ୍କୁ ଗିରଫ କଲା ଏସଟିଏଫ୍‌ , ଖୋଜା ଚାଲିଛି ରାଜନେତା ଓ ସରକାରୀ ଅଧିକାରୀ ଲିଂକ୍

16/07/2019 at 6:56 PM

ଖୋର୍ଦ୍ଧା୧୬|୭; ଡ୍ରଗ୍‌ସ୍‌ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ାକୁ ବ୍ରାଉନ୍‌ସୁଗାର ଯୋଗାଉଥିବା ୩ଜଣ ନିଶା ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌  । ସେମାନଙ୍କ ଠାରୁ ୩୫ଗ୍ରାମ୍‌ ବ୍ରାଉନସୁଗାର ଏବଂ ଗୋଟିଏ ଦେଶୀ  ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଖୋର୍ଦ୍ଧାରେ କିଛି ରାଜନେତା ଓ କିଛି ଅସାଧୁ ପୋଲିସ କର୍ମଚାରୀଙ୍କ ପୃଷ୍ଠପୋଷକତାରେ ଦୀର୍ଘ ଦିନ ଧରି ବେଧଡ଼କ ଭାବେ ନିଶା କାରବାର ଚଳାଇଆସୁଥିଲା ଛୋଟା । ତେବେ ଛୋଟା ସହ ଯାହାର ବି ସମ୍ପୃକ୍ତି ସାମ୍ନାକୁ ଆସିବ ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଏସଟିଏଫ୍‌ ଏସପି ।

ଖୋର୍ଦ୍ଧାରୁ ପୁଣି ୩ ନିଶା ବେପାରୀଙ୍କୁ ବାନ୍ଧିଲା STF । ସେମାନଙ୍କ ପାଖରୁ ୩୫ଗ୍ରାମ୍‌ ବ୍ରାଉନସୁଗାର ସହ ଗୋଟିଏ ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏମାନେ ସମସ୍ତେ ଡ୍ରଗ୍‌ସ୍‌ ମାଫିଆ ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା ଲିଙ୍କ୍‌ରେ ଥିଲେ । ଖୋର୍ଦ୍ଧା ସମେତ ନୟାଗଡ଼, ପୁରୀ, କଟକକୁ ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ଚଳାଇଥିଲେ । ରାଜ୍ୟ ବାହାରକୁ ମଧ୍ୟ ଏମାନଙ୍କ କାରବାରର ଚେର ଲମ୍ବିଥିବା ଜାଣିବାକୁ ପାଇଛି ଏସଟିଏଫ୍‌ । ଛୋଟା ଲିଙ୍କ୍‌ରେ ଥିବା ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସଟିଏଫ୍‌ ଏସପି ।  

ଗଲା କାଲି ଖୋର୍ଦ୍ଧା ଗୁରୁଜଙ୍ଗ ଜବରଦସ୍ତିପୁରରେ ଥିବା ଛୋଟାର ଏକ ବେଆଇନ୍‌ କୋଠାକୁ ଭାଙ୍ଗିଥିଲା ପ୍ରଶାସନ । ହେଲେ ଏବେ ବି ଖୋର୍ଦ୍ଧାର ବିଭିନ୍ନ ଅଂଚଳରେ ଛୋଟାର ଏଭଳି ଏକାଧିକ ଆଡ୍ଡା ଥିବା କୁହାଯାଉଛି । ସେଗୁଡ଼ିକୁ ମଧ୍ୟ ଖୁବ୍‌ ଶୀଘ୍ର ଭଙ୍ଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଜଣେ ସାଧାରଣ ପରିବା ବ୍ୟବସାୟୀରୁ ନିଶା କାରବାରର ବାଦ୍‌ଶାହା ପାଲଟିଯାଇଥିବା ଛୋଟା ଓରଫ ଶୁଭ୍ରାଂଶୁ ପରିଡ଼ା କିଛି ଦିନ ତଳେ ଏସଟିଏଫ୍‌ ଏନକାଉଣ୍ଟର ଭୟରେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲା । ହେଲେ ଖୋର୍ଦ୍ଧା ଅଂଚଳରେ କିଛି ରାଜନେତା ଓ କିଛି ଅସାଧୁ ଅଫିସରଙ୍କ ପୃଷ୍ଠପୋଷକତାରେ ବେଶ୍‌ ଲମ୍ବା ସମୟ ଧରି ସେ ତା’ର ବେପାର ଜମାଇଥିବା ଚର୍ଚ୍ଚା ହେଉଛି ।

କେମିତି ଏତେ ବର୍ଷ ଧରି ଖୋର୍ଦ୍ଧାରେ ବେଧଡ଼କ ଭାବେ ଛୋଟା ତା’ର ଅପରାଧର ସାମ୍ରାଜ୍ୟ ଚଳାଇଆସିଥିଲା ତା’ର ଖୋଳତାଡ଼ ଚାଲିଛି । ତେବେ ଛୋଟା ଲିଙ୍କ୍‌ରେ ଥିବା କେବଳ ନିଶା ବ୍ୟବସାୟୀଙ୍କୁ ଧରି ଏସଟିଏଫ ତା’ ଅପରେସନ ସାରିଦେବ ନା’ ଛୋଟା ସହ ସମ୍ପର୍କରେ ଥିବା ରାଜନେତା ଓ ଅସାଧୁ ଅଫିସରଙ୍କୁ ବି ବାନ୍ଧିବ ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ ।

   Related Posts