ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ, ଜବତ ହେଲା ୨ କିଲୋରୁ ଅଧିକ ବ୍ରାଉନ୍‌ସୁଗାର

Published By : Prameya-News7 Bureau | June 04, 2021 IST

ଜଳେଶ୍ୱର, ୦୪/୦୬: ରାଜ୍ୟରେ ଦିନକୁ ଦିନ ଧଳାଜହର କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ବାଲେଶ୍ୱର ଅଞ୍ଚଳରୁ ପୋଲିସ୍‌ ଅଧିକ ବ୍ରାଉନ୍‌ସୁଗାର ଜବତ କରୁଥିବା ଦେଖିବାକୁ ମିଳିଛି । ଜଳେଶ୍ବରରେ କ୍ରାଇମବ୍ରାଞ୍ଚ STF ଚଢ଼ାଉ କରି ୨ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଥିବା ସୂଚନା ମିଳିଛି ।

STF ଏଥିରେ ଲିପ୍ତଥିବା ୩ ଜଣଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ତେବେ ବ୍ରାଉନସୁଗାର ବିକିବାକୁ ଜଗିଥିବା ବେଳେ ଗ୍ରାହକ ବେଶରେ STF ମାଡି ବସିଥିଲା । ୩ ବେପାରୀଙ୍କ ଧଳାଜହର ଲିଙ୍କ ନେଇ ପୋଲିସ୍‌ ଖୋଳତାଡ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.