ଏସଟିଏଫ ହାତରେ ଧରାପଡିଲା ବ୍ରାଉନସୁଗାର ବେପାରୀ, ଜବତ ହେଲା ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

Published By : Prameya-News7 Bureau | August 18, 2020 IST

ବାଲେଶ୍ବର ୧୮।୮: ପୁଣି ବାଲେଶ୍ବର ସହରରୁ ବ୍ରାଉନ ସୁଗାର ଜବତ । ସହରର ମଛୁଆ ସାହିରୁ ସୋମବାର ରାତିରେ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଶେକ୍ ରିଆଜୁଦ୍ଦିନ ନାମକ ଜଣେ ଯୁବକକୁ ଗିରଫ କରିଛି । ଜଳେଶ୍ବର ଥାନାର ଆଇଆଇସି ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ୍ ଯୋଗୁଁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ତେବେ ସେ ନିଲମ୍ବନ ହେବା ପରେ ବି ବାଲେଶ୍ବର ଜିଲ୍ଲା ପୋଲିସ ଆଖିକୁ ଧଳା ଜହର ଦେଖାଯାଉ ନାହିଁ । 

ନିଲମ୍ବିତ ଆଇଆଇସିଙ୍କ ବ୍ରାଉନସୁଗାର କାରବାରର ଅନେକ ଗୁମର ଜଣାଅଛି । ଜିଲ୍ଲା ପୋଲିସ ତାଙ୍କ ପାଖରୁ ଏହି ତଥ୍ୟ କାହିଁକି ସଂଗ୍ରହ କରୁନାହିଁ । ବ୍ରାଉନସୁଗାରର ହବ୍ ପାଲଟିଥିବା ବାଲେଶ୍ବର ଏବେ ଏସଟିଏଫ୍ ନଜରରେ ।

ଭୁବନେଶ୍ବରରୁ ଏସଟିଏଫ୍ ଆସି ବାଲେଶ୍ବରରୁ ଜବତ କରୁଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର । ତେବେ ବାଲେଶ୍ବର ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ କ’ଣ କରୁଛନ୍ତି ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି ।

ଜଳେଶ୍ବର ଥାନାର ଆଇଆଇସି ବ୍ରାଉନସୁଗାର ମାଫିଆଙ୍କ ସହ ଡିଲ୍ କରିବା ଅଡିଓ ଭାଇରାଲ୍ ହେବା ପରେ ସେ ନିଲମ୍ବିତ ହୋଇଛନ୍ତି । ଆଉ ନିଲମ୍ବନର ଦୁଇ ଦିନ ପରେ ବାଲେଶ୍ବର ସହର ଭିତରୁ ଏସଟିଏଫ୍ ଆସି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.