ଇବ୍ରାହିମ୍ ମାଷ୍ଟରମାଇଣ୍ଡ , ଦିଦି କେୟାରଟେକର : କୋଚିଙ୍ଗ୍ ସେଣ୍ଟର କୋଠାରେ ବାଂଲାଦେଶୀ ସେକ୍ସ ରାକେଟର ଗୁମର ଖୋଲିଲା ଏସଟିଏଫ

Published By : Prameya-News7 Bureau | January 22, 2020 IST

ଭୁବନେଶ୍ବର ୨୨/୧: ପୁରୁଣା ଭୁବନେଶ୍ବର ରଥଗଡ଼ା  ରାସ୍ତାର କୋଚିଂ ସେଣ୍ଟରରେ ବୋର୍ଡ ଲାଗିଥିବା ଏକ ଘରେ ଚାଲିଥିଲା ରାକେଟ୍ । ଏହାର ମାଷ୍ଟର ମାଇଣ୍ଡ ଇବ୍ରାହିମକୁ ଗିରଫ କରିଛି ପୋଲିସ । ଇବ୍ରାହିମର ଜଣେ ସହଯୋଗୀ ଦିଦିକୁ ଧରିଛି ଏସ୍.ଟି.ଏଫ୍ । ଦିଦିଙ୍କ ସହ ମିଶି ଇବ୍ରାହିମ୍ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଏଠି ରଖି ଦେହ ବ୍ୟବସାୟରେ ଲଗାଉଥିଲା । ଘର ମାଲିକ କି ସ୍ଥାନୀୟ ଲୋକେ ଏହାର ଟେର୍ ପାଇନଥିଲେ । ଉଦ୍ଧାର ହୋଇଥିବା ୬ ଯୁବତୀଙ୍କ ମଧ୍ୟରୁ ୪ ଜଣ ବାଂଲାଦେଶୀ ବୋଲି STF ହାତରେ ପ୍ରମାଣ ଲାଗିଛି। ଉଦ୍ଧାରଙ୍କ ମଧ୍ୟରୁ କିଛି ନାବାଳିକା ଥିବା ସୂଚନା ମିଳିଛି। ଅନ୍ୟ ୨ ଜଣ ପଶ୍ଚିମବଙ୍ଗ କହୁଥିବାରୁ ସେନେଇ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ମେଦିନାପୁର ପୋଲିସ ସହ ଯୋଗଯୋଗରେ ଅଛି STF।

ଭୁବନେଶ୍ବରରେ ବାଂଲାଦେଶୀ ସେକ୍ସ ରାକେଟ୍  ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଆଉ ଶେଷରେ ପୋଲିସ ଏକ ବଡ଼ ରାକେଟକୁ ଧରିଛି । ଘଟଣା ପଛରେ ଆହୁରି ଅନେକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଉଦ୍ଧାର ଯୁବତୀଙ୍କୁ ପଚରାଉଚରା କରି ଦେହ ବେପାରର ମୂଳ ଯାଏଁ ପହଞ୍ଚିବାକୁ ଉଦ୍ୟମ କରୁଛି ପୋଲିସ । ନକଲି ଆଧାରକାର୍ଡ ବଳରେ ଇବ୍ରାହିମ୍ ଓ ଦିଦି ମିଶି ବାଂଲାଦେଶରୁ ଯୁବତୀଙ୍କୁ ଆଣୁଥିଲେ । ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ ଧରା ପଡିଛି ସତ, ତେବେ ଏହି ରାକେଟରେ ଅନ୍ୟ କେଉଁମାନେ ସଂପୃକ୍ତ ? କିଭଳି ବାଂଲାଦେଶରୁ ଯୁବତୀଙ୍କୁ ଅଣାଯାଉଥିଲା ?  ରାଜଧାନୀରେ ବାରମ୍ବାର ସେକ୍ସ ରାକେଟ୍  ଧରାପଡୁଥିବା ବେଳେ କାହିଁକି ଏହା ଉପରେ ଲଗାମ ଲାଗି ପାରୁନି ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.