ବେଆଇନ ଗୋରୁ ଚାଲାଣ ଉପରେ ଏସଟିଏଫର ଚଢ଼ାଉ : ୯ ଗିରଫ

Published By : Prameya-News7 Bureau | July 22, 2019 IST

କଟକ ୨୨/୭: ବେଆଇନ ଗୋରୁ ଚାଲାଣ ଉପରେ ଏସଟିଏଫ ଚଢ଼ାଉ କରିଛି।ଗୋଟିଏ ଗୋରୁ ବୋଝେଇ କଣ୍ଟେନର ସହ ଗୋଟିଏ ବୋଲେରୋ ଓ ସ୍କୋର୍ପିଓ ଗାଡିକୁ ଜବତ କରିଛି ।ଏଥିସହ ନଅ ଜଣଙ୍କୁ ଗିରଫ କରିଛି ।ଗତକାଲି ଅନୁଗୁଳ ଓ ନରସିଂହପୁର ଅଂଚଳରୁ ଗୋରୁ ବୋଝେଇ କରି କଣ୍ଟେନର କଲିକତା ଅଭିମୁଖେ ଚୌଦ୍ବାର ଦେଇ ଯାଉଥିବାର ଖବର ପାଇ କମିଶନରେଟ ପୋଲିସର ଏସଟିଏଫ ଟିମ ଜାତୀୟ ରାଜପଥ-୫୫ର ଧୂମାବତୀ ଛକ ନିକଟରେ ଛକି ରହିଥିଲେ।ବିଳମ୍ବିତ ରାତିରେ କଣ୍ଟେନରଟି ଆସିଥିଲା।

{"id":136188}

ଏସଟିଏଫ ତାକୁ ଅଟକାଇବା ସହ ଏହାକୁ ପେଟ୍ରୋଲିଂ କରି ନେଉଥିବା ବୋଲେରୋ ଓ ସ୍କୋର୍ପିଓ ଅଟକାଇଥିଲେ।କଣ୍ଟେନର ଡ୍ରାଇଭର ସହ ନଅ ଜଣକୁ ଗିରଫ କରିଥିଲେ।କଣ୍ଟେନରରେ ଥିବା ଶତାଧିକ ଗାଇଙ୍କୁ ମଙ୍ଗରାଜପୁରରେ ଥିବା ଗୋଶାଳାରେ ଛଡ଼ାଯାଇଥିଲା।ଗୋରୁ ଗୁଡିକ ଅତି ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିବାରୁ ଶ୍ବାସ ରୁଦ୍ଧ ହୋଇ ଅନେକ ଗାଈ ମରି ଯାଇଥିଲେ ।

{"id":136189}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.