ଏସ୍‌ଟିଏଫ୍‌ ଟାର୍ଗେଟରେ ଜର୍ଦ୍ଦା ମାଫିଆ : ୯ଜଣିଆ ଟିମ୍‌ର ବିଭିନ୍ନ ସ୍ଥାନରେ ଚଢାଉ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

Published By : Prameya-News7 Bureau | October 10, 2020 IST

ଭଦ୍ରକ ୧୦।୧୦: ଏସ୍‌ଟିଏଫ୍‌ ଟାର୍ଗେଟରେ ଏବେ ଜର୍ଦ୍ଦା ମାଫିଆ । ଏସ୍‌ଟିଏଫ୍‌ର ୯ଜଣିଆ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି । ଯାହାର ଆନୁମାନିକ ମୁଲ୍ୟ ୩ଲକ୍ଷ ଟଙ୍କା ହେବ ।

{"id":341681,"sizeSlug":"large"}

ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରେ ଏସ୍‌ଟିଏଫ୍‌ର ୯ଜଣିଆ ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଛି । ଟିମ୍‌ର ସଦସ୍ୟମାନେ ମିର୍ଜାପୁର , ନାଥସାହି ସମେତ ଅନେକ ଅଞ୍ଚଳରେ ଚଢାଉ କରିଛନ୍ତି । ଏସ୍‌ଟିଏଫ୍‌ର ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ସମୟରେ ପ୍ରାୟ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିଛି । ଏହାସହିତ ନକଲି ଲେବଲ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ତେବେ ଘଟଣାରେ କେତେ ଜଣ ମାଫିଆଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । କିନ୍ତୁ ଏସ୍‌ଟିଏଫ୍‌ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।  

{"id":341679,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.