ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଏସଟିଏଫ୍ ରେଡ୍ : ଜାଲରେ ପଡ଼ିଗଲେ ଟିଟୋର ୩ପ୍ରମୁଖ ସହଯୋଗୀ

Published By : Prameya-News7 Bureau | June 19, 2019 IST

କେନ୍ଦ୍ରାପଡା  ୧୯/୬: ଗ୍ୟାଙ୍ଗଷ୍ଟାର ଟିଟୋ ସାମ୍ରାଜ୍ୟ ଉପରେ ପୁଣି ପୋଲିସ ନଜର । ଗ୍ୟାଙ୍ଗଷ୍ଟରର  କେନ୍ଦ୍ରାପଡା ଘର ଉପରେ ଚଢାଉ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ । ବୁଧବାର ଭୋର ସମୟରେ ଅତର୍କିତ ଚଢାଉ କରି ଟିଟୋର ୩ ଜଣ ଆତ୍ମୀୟଙ୍କୁ ଉଠାଇନେଇଛି ଏସଟିଏଫ୍ ଟିମ୍ । କେନ୍ଦ୍ରାପଡାର ଜଣେ ଠିକାଦାରଙ୍କ ଅପହରଣ ମାମଲାରେ ଏହି ଅଭିଯୁକ୍ତ ମାନେ ଦୀର୍ଘ ଦିନ ହେଲା ଏସଟିଏଫ୍‌ର ୱାଣ୍ଟେଡ ତାଲିକାରେ ଥିଲେ ବୋଲି ଜଣାଯାଇଛି ।

ଗ୍ୟାଙ୍ଗଷ୍ଟାର ଟିଟୋ ଘରେ ଏସଟିଏଫ୍ ରେଡ୍ । ଡନ୍‌ର ଦୁଇ ଭାଇ ଓ ଷଢୁଙ୍କୁ ଉଠାଇନେଲେ ୬ ଜଣିଆ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ । ବୁଧବାର ଭୋର ସମୟରେ ଟିମ୍‌ ଏସଟିଏଫ୍‌ କରିଛି ଏହି ସଫଳ ଅପରେସନ । ପ୍ରାୟ ବର୍ଷେ ପରେ ଟିଟୋ ସାମ୍ରାଜ୍ୟ ଉପରେ କ୍ରାଇବ୍ରାଞ୍ଚ ଏସଟିଏଫ୍‌ର ଚଢାଉ ଅପରାଧୀଙ୍କୁ ପୁଣି ଛାନିଆ କରିଛି।

କେନ୍ଦ୍ରାପଡା ସହର ସ୍ଥିତ ଦିଲାରପୁରଠାରେ ଥିବା ଟିଟୋର ଘର ଉପରେ ଅତର୍କିତ ଚଢାଉ ବେଳେ ଏସଟିଏଫ୍ ର ଜାଲରେ ପଡିଗଲେ ଟିଟୋର ୩ ପ୍ରମୁଖ ସହଯୋଗୀ। ସେମାନେ ହେଲେ ଟିଟୋର ଭାଇ  ସୟଦ୍ ଇଫ୍ତିକାର ଅଲ୍ଲୀ , ସୟଦ୍ ଅସଫାକ୍ ଅଲ୍ଲୀ ଓ ଷଢୁ ଅମଜାଦ୍ ଖାନ୍ । କେନ୍ଦ୍ରାପଡାର ଠିକାଦାର ଶିବ ପ୍ରସାଦ ପରିଡା ଓରଫ ରନ୍ଥାଙ୍କ ଅପହରଣ ମାମଲାରେ ଏହି ତିନିଜଣଙ୍କ ସଂପୃକ୍ତି ନେଇ ଅଭିଯୋଗ ଥିଲା । ରନ୍ଥାଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୯ରେ ତାଙ୍କ ଅଫିସରୁ ଅପହରଣ କରାଯାଇଥିଲା । ଏ ନେଇ ୨୦୧୮ ଜୁଲାଇ ୯ ତାରିଖରେ ଟାଉନ୍ ଥାନାରେ ହୋଇଥିଲା ମାମଲା ।ସେହି ଦିନରୁ ପୋଲିସର ୱାଣ୍ଟେଡ୍‌ ତାଲିକାରେ ଥିଲେ ଟିଟୋର ୩ ଆତ୍ମୀୟ ।ନିକଟରେ ସେମାନେ ଘରକୁ ଆସିଥିବା ଖବର ପାଇଯାଇଥିଲା ପୋଲିସ । ଆଉ ଜାଲ ବିଛାଇ ମାଡି ବସିଲା ଏସଟିଏଫ୍ ।

ବର୍ଷେ ତଳେ ଗ୍ୟାଙ୍ଗଷ୍ଟର ଆଉ ବର୍ଷକ ପରେ ଟିମ୍‌ ଗ୍ୟାଙ୍ଗଷ୍ଟର । ୨୦୧୮ ଜୁନ୍ ୩୦ ଗ୍ୟାଙ୍ଗ୍ ଷ୍ଟାର ଟିଟୋକୁ ନିଶାନା କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଚଣ୍ଡିଖୋଲ ଅଂଚଳରେ ଟିଟୋକୁ ଏନକାଉଣ୍ଟର  କରିଥିଲା ଏସଟିଏଫ୍। ଜୁଲାଇ ୪ ଓ ୫ ତାରିଖରେ ରିମାଣ୍ଡରେ ନେଇ ଟିଟୋକୁ ପଚରା  ଉଚରା କରାଯାଇଥିଲା। ତତ୍‌କାଳୀନ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ବରେ ଜୁଲାଇ ୬ ରେ ଟିଟୋ ଘର ଉପରେ ରେଡ୍ କରାଯାଇ ତାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଟାନକୁ ସିଲ୍ କରି ଦିଆଯାଇଥିଲା। ପରେ ପରେ ଟିଟୋର ମୁଖ୍ୟ ସହଯୋଗୀ ଚନୋ ସମେତ ଗ୍ୟାଙ୍ଗ୍ ର ବହୁ ହାଡକୋର୍ କ୍ରିମିନାଲ ଏବଂ ସାର୍ପ ସୁଟରଙ୍କୁ ଜେଲ ପଠାଇବାରେ ସଫଳ ହୋଇଥିଲା ଏସଟିଏଫ୍। ବର୍ଷକ ଭିତରେ ବି ଟିଟୋ ଗ୍ୟାଙ୍ଗ୍‌ ନାମରେ ୯ରୁ  ଅଧିକ ମାମଲାରେ ମାମଲା ରୁଜ୍ଜୁ ହୋଇଛି। 

{"id":124888,"width":594,"height":340}

ଲଗାତର ଚଢାଉ , ଧରପଗଡ ଏବଂ ଆକ୍ସନ ପରେ ବି ଟିଟୋ ଟିମ୍‌ ଚଳାଇଥିଲା କାରବାର । ତେବେ ଗ୍ୟାଙ୍ଗଷ୍ଟରର ଦୁଇ ଭାଇ ଓ ଷଢୁ ଏବେ ଧରା ପଡିବା ପରେ ଟିଟୋ ସାମ୍ରାଜ୍ୟ ଦୁର୍ବଳ ହେବାର  ଆଶା ବେଶି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.