ବାଲି ଚୋରା ଚାଲାଣ ବେଳେ ଏସଟିଏଫର ଚଢାଉ : ୪ଟି ହାଇଓ୍ବା ଜବତ, ୬ ଗିରଫ

Published By : Prameya-News7 Bureau | March 06, 2021 IST

ସୁନ୍ଦରଗଡ ୬।୩: ବାଲି ଚୋରା ଚାଲାଣ ହେଉଥିବା ନେଇ ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଏବେ ବାଲି ମାଫିଆଙ୍କୁ ଧରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ସଦର ତସହିଲ ଅନ୍ତର୍ଗତ ଫଗୁଆପଡା ବାଲିଘାଟରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ୪ଟି ହାଇଓ୍ବା, ଗୋଟିଏ ପ୍ରୋକଲିନ ମେସିନ, ନଗଦ ଏକ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଏସଟିଏଫ ଟିମ୍, ପୋଲିସ ଓ ରାଜସ୍ଵ ବିଭାଗ ମିଳିତ ଭାବେ ଏହି ଚଢଉ କରିଥିଲେ ।

{"id":418807,"sizeSlug":"large","linkDestination":"none"}

ଗତ ୪ ତାରିଖରେ ଭଷ୍ମା ଥାନା ଅଞ୍ଚଳରେ ମଧ୍ୟ ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ୬ଟି ହାଇଓ୍ବା, ଦୁଇଟି ପ୍ରୋକଲିନ ସହ ୯ ଜଣଙ୍କୁ ଗିରଫ କରାଯାଇଥିଲା । ଏସଟିଏଫ ଅତିରିକ୍ତ ଏସପି ଟିଆର ପଟେଲଙ୍କ ନେତୃତ୍ବରେ ଏହି ଚଢଉ କରାଯାଉଥିଲା । ଏହି ୬ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଚୋରା ଚାଲାଣ କରୁଥିବା ଜଣେ ଅଣ-ଓଡିଆ ବାଲି ମାଫିଆ ଫେରାର ଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଏହି ଚୋରା ବାଲି ଚାଲାଣ ଚାଲୁଥିବା ନେଇ ଅଭିଯୋଗ ହେବା ସତ୍ତ୍ବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିଲା । ଆଉ ଏବେ ଏସଟିଏଫ ଚଢାଉ ପରେ ବାଲି ମାଫିଆଙ୍କ ମଧ୍ୟରେ ଛନକା ପଶିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.