STF ପଞ୍ଝାରେ ବ୍ରାଉନସୁଗାର ବେପାରୀ : ୧ କେଜି ୪୮ ଗ୍ରାମ୍ ଧଳାଜହର ଜବତ, ଜଣେ ଗିରଫ

Published By : Prameya-News7 Bureau | July 30, 2021 IST

ଭୁବନେଶ୍ବର ୩୦।୭: ପୁଣି ଏସ୍‌ଟିଏଫ୍‌ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ୧ କେଜି ୪୮ ଗ୍ରାମ୍‌ ବ୍ରାଉନସୁଗାର ଜବତ କଲା ଏସଟିଏଫ୍‌ର ସ୍ବତନ୍ତ୍ର ଟିମ୍ । ଡିଲ୍‌ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ୍‌ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ପିପିଲି-ନିମାପଡା ଓଭରବ୍ରିଜ ଉପରେ ଚାଲିଥିଲା ବ୍ରାଉନସୁଗାର ଡିଲ୍‌ । ଖବର ପାଇ ମାଡିବସିଲା ଏସଟିଏଫ୍‌ର ସ୍ବତନ୍ତ୍ର ଟିମ୍ । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ବ୍ୟକ୍ତି ହେଲେ ପିପିଲିର ଇମ୍‌ତିଆଜ ଖାନ୍‌ । ଗିରଫ ପରେ ଇମ୍‌ତିଆଜକୁ ପୁରୀ କୋର୍ଟରେ ହାଜର କଲା ଏସଟିଏଫ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.