STF ହାତରେ ଧରାପଡିଲେ ବନ୍ଧୁକ ବେପାରୀ, ୬ଟି ଦେଶୀ ଓ ୨ଟି ବିଦେଶୀ ପିସ୍ତଲ ଜବତ

Published By : Prameya-News7 Bureau | April 09, 2021 IST

ଭୁବନେଶ୍ବର ୯।୪: ରାଜଧାନୀରେ ବେଧଡକ ଚାଲିଥିଲା ବନ୍ଧୁକ ବେପାର । ଦୁଇ ବନ୍ଧୁକ ବେପାରୀ ସୁରେଶ ଦାସ ଓ ସୌମ୍ୟ ଦଳେଇକୁ ଗିରଫ କରିବା ପରେ ଅନେକ ତଥ୍ୟ ହାସଲ କରିଛି ଏସଟିଏଫର ସ୍ବତନ୍ତ୍ର ଟିମ୍ । ଦୁଇ ଅଭିଯୁକ୍ତଙ୍କ ନିକଟରୁ ୬ଟି ଦେଶୀ ଓ ଦୁଇଟି ବିଦେଶୀ ପିସ୍ତଲ ଜବତ କରିଛି ଏସଟିଏଫ ଟିମ୍ । ଧରା ପଡିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଏସଟିଏଫ ଜାଣିବାକୁ ପାଇଛି । ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରେ ଆଣି ପଚରାଉଚୁରା କରିବ ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.