ଗ୍ୟାଙ୍ଗଷ୍ଟାର୍ ଟିଟୋ ଲିଙ୍କରେ ଆଉ ଜଣଙ୍କୁ ଉଠାଇନେଲା ଏସଟିଏଫ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ୱର ୨୩/୮:ଗ୍ୟାଙ୍ଗଷ୍ଟାର୍ ଟିଟୋ ଲିଙ୍କରେ ଆଉ ଜଣଙ୍କୁ ଉଠାଇନେଲା ଏସଟିଏଫ । କେନ୍ଦ୍ରାପଡା ମହିପାଳ ଅଞ୍ଚଳର ସରୋଜ ପତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ ଟିଏଫ । ବୁଧବାର ଅପରାହ୍ନରେ ଏସ୍ ଟିଏଫର ଚାରି ଜଣିଆ ଟିମ୍ ସରୋଜଙ୍କ ଘରେ ପଶି ତାଙ୍କୁ ନେଇ ଯାଇଥିଲେ । କେନ୍ଦ୍ରପଡା ତହସିଲ୍ ମାର୍କେଟ କମପ୍ଲେକ୍ସ ଠାରେ ସରୋଜଙ୍କର ଏକ କମ୍ପ୍ୟୁଟର୍ ଦୋକାନ ରହିଛି । ତାଙ୍କ ଅଫିସରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଯାଇଥିବା ଜଣାପଡିଛି | ତେବେ ସରୋଜ ଟିଟୋର ବିଭାଗର ମୁଖ୍ୟ ଥିଲା ବୋଲି ଜଣାପଡିଛି । ଟିଟୋର ଅଫିସ ଏବଂ ଘରେ ଲାଗି ଥିବା ସମସ୍ତ କମ୍ପ୍ୟୁଟର୍ ଓ ସିସିଟିଭି ସରୋଜ ଲଗାଇଥିବା ବେଳେ ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ମଧ୍ୟ ସରୋଜ ନେଇଥିଲା | ତେବେ ସରୋଜର ଟିଟୋ ସହିତ ବ୍ୟବସାୟିକ ଲିଙ୍କ୍ ଥିବା ସନ୍ଦେହ କରି ଏସ୍ ଟିଏଫ ସରୋଜକୁ ନେଇଥିବା ଅନୁମାନ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.