Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଏସଟିଏଫ ପଞ୍ଝାରେ ଆଉ ୪ ଦେହ ଦଲାଲ

13/03/2020 at 7:21 PM

ଭୁବନେଶ୍ୱର, ୧୩|୦୩: ରାଜଧାନୀ ଭୁବନେଶ୍ୱରରୁ ପୁଣି ୪ଜଣ ଦେହ ଦଲାଲଙ୍କୁ ଗିରଫ କରାଯାଇଛି। ଏହାସହ ୫ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। କମିଶନରେଟ ପୋଲିସର ଏସଟିଏଫ ଏହି ଦଲାଲଙ୍କୁ ଗିରଫ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି।

ଗିରଫ ଦେହ ଦଲାଲ ହେଲେ ବିଦ୍ୟାପତି ସାହୁ, ଦିନଦୟାଲ ରାଓ, ସୁନୀଲ ମହାରଣା ଓ ଅଲ୍ଲିଉଦ୍ଦିନ ଖାନ। ସୂଚନାଯୋଗ୍ୟ, ରାଜଧାନୀରେ ଦିନକୁ ଦିନ ଦେହ ଦଲାଲମାନେ ସକ୍ରିୟ ହେବାରେ ଲାଗିଛନ୍ତି। ସେମାନେ ଦେଶର ବିଭିନ୍ନ ସ୍ଥାନ ଏପରିକି ଦେଶ ବାହାରୁ ଯୁବତୀଙ୍କୁ ଆଣି ଦେହଜୀବୀ ଭାବେ ବ୍ୟବହାର କରୁଛନ୍ତି।

ପୂର୍ବରୁ ଏସଟିଏଫ ବରମୁଣ୍ଡା ବସଷ୍ଟାଣ୍ଡରୁ ଦଲାଲ ପ୍ରଶାନ୍ତ ପ୍ରଧାନକୁ ଗିରଫ କରିଥିଲା।

   Related Posts