ସ୍ମିଥ୍‌ଙ୍କୁ କଲେ କାବୁ, ଏବେ ରୁଟ୍‌ଙ୍କ ଉପରେ ଚାଲିବ ଟିମ୍ ଇଣ୍ଡିଆର ବୋଲିଂ ଯାଦୁ ! ପ୍ରସ୍ତୁତ ହେଲା ଖାସ୍ ରଣନୀତି

Published By : Prameya-News7 Bureau | January 28, 2021 IST

ମୁମ୍ବାଇ ୨୮।୦୧: ଷ୍ଟିଭ୍ ସ୍ମିଥ୍‌ଙ୍କୁ କାବୁ କରିବା ପରେ ଏବେ ପରବର୍ତ୍ତୀ ଶିକାର ଜୋ ରୁଟ୍। ଭାରତୀୟ ଦଳ ଅଷ୍ଟ୍ରେଲିଆ ଗଡ ବିଜୟ ପରେ ଏବେ ନିଜ ଘରୋଇ ମାଟିରେ ଇଂଲଣ୍ଡର ସାମ୍ନା କରିବ। ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍ ଜିତିବା ପରେ ଭ୍ରମଣକାରୀ ଦଳର ମନୋବଳ ଉଚ୍ଚରେ ରହିଛି। ବିଶେଷ କରି ଦଳର ଅଧିନାୟକ ଜୋ ରୁଟ୍‌ଙ୍କ ଫର୍ମ ଦଳ ପାଇଁ ସବୁଠୁ ସକରାତ୍ମକ ଦିଗ ରହିଛି। ସଂପ୍ରତି ଜୋ ରୁଟ୍ ଯେଉଁ ଭଳି ବ୍ୟାଟିଂ କରୁଛନ୍ତି ତାହା ନିଶ୍ଚିତ ଭାବେ ଭାରତୀୟ ବୋଲରଙ୍କ ପାଇଁ ଏକ ବଡ ଆହ୍ଵାନ। ତେଣୁ ରୁଟ୍‌ଙ୍କୁ ରୋକିବା ପାଇଁ ଭାରତୀୟ ଟିମ୍ ସ୍ଵତନ୍ତ୍ର ରଣନୀତି ଉପରେ କାମ କରିବା ଆରମ୍ଭ କରିଛି।

ଜୋ ରୁଟ୍‌ ଶ୍ରୀଲଙ୍କାରେ ନିକଟରେ ସଂପନ୍ନ ସିରିଜ୍‌ର ଚାରୋଟି ଇନିଂସରେ ୧୦୬.୫୦ ହାରରେ ୪୨୬ ରନ  କରିଛନ୍ତି। ଏଥିରେ ଗୋଟିଏ ଦ୍ଵିଶତକ ସାମିଲ। ଭାରତୀୟ ବୋଲିଂ କୋଚ୍‌ ଭରତ ଅରୁଣ କହିଛନ୍ତି, ରୁଟ୍ ଯେଉଁଭଳି ଫର୍ମରେ ଅଛନ୍ତି, ଇଂଲଣ୍ଡ ପାଇଁ ଏଥିରୁ ଆଉ କିଛି ବଡ ହୋଇ ପାରିବ ନାହିଁ।

{"id":399867,"sizeSlug":"large","linkDestination":"none"}

ଅରୁଣ କହିଛନ୍ତି, ଏହା ଏକ କଡା ମୁକାବିଲା ହେବାକୁ ଯାଉଛି। କାରଣ ଆମେ ନିଜ ଘରେ ଖେଳୁଛୁ। ଦଳ ଅଷ୍ଟ୍ରେଲିଆରେ ବିତାଇଥିବା ସମୟ ତୂଳନାରେ ଘରୋଇ ମାଟିରେ ଉନ୍ନତ ସ୍ଥିତିରେ ରହିବ। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ସ୍ମିଥ୍‌ଙ୍କ ବିରୋଧରେ ଏକ ଖାସ୍ ରଣନୀତି ପ୍ରସ୍ତୁତ କରିଥିଲା, ଯାହା ବେଶ୍ ଫଳପ୍ରଦ ହୋଇଛି। ଏବେ ଦଳ ରୁଟ୍‌ଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଖାସ୍ ଯୋଜନା ପ୍ରସ୍ତୁତ କରିଛି।

ଅରୁଣ କହିଛନ୍ତି, ଅଷ୍ଟ୍ରେଲିଆରେ ବଲକୁ ଅଫ ଷ୍ଟମ୍ପ ବାହାରେ ରଖିବାକୁ ଯୋଜନା ହୋଇଥିଲା। ମୁଁ ଚାହୁଁଛି ପୂରା ବୋଲିଂ ଆକ୍ରମଣ ପାଇଁ ଯୋଜନା ଏବଂ ସେହି ଅନୁରୂପ ଫିଲ୍ଡ ପ୍ଲାନ ପ୍ରସ୍ତୁତ କରାଯାଉ।

ଅରୁଣ କହିଛନ୍ତି, ଆମର ଯୋଜନା ଥିଲା ରନ ଉପରେ ଯେତେ ସମ୍ଭବ ଅଙ୍କୁଶ ଲଗାଯିବ। ଏହାର ଆରମ୍ଭ ଷ୍ଟିଭ୍ ସ୍ମିଥ୍‌ଙ୍କୁ ଟାର୍ଗେଟ୍ କରି କରାଯାଉ। କାରଣ ସେ ଦଳର ସବୁଠୁ ମହତ୍ଵପୂର୍ଣ୍ଣ ବ୍ୟାଟସମ୍ୟାନ ଏବଂ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ। ତେଣୁ ଦଳ ଜୋ ରୁଟ୍‌ଙ୍କ ବିରୋଧରେ ଏକ ଖାସ୍ ରଣନୀତି ଉପରେ କାମ କରିବ ବୋଲି ବୋଲିଂ କୋଚ୍ ଭରତ ଅରୁଣ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.