୧୦୦ ବିଲିୟନ୍‌ ଡଲାର୍‌ କ୍ଲବ୍‌କୁ ମିଳିଲା ନୂଆ ସଦସ୍ୟ, ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ହେଲେ ସାମିଲ୍

Published By : Prameya-News7 Bureau | July 08, 2021 IST

ବ୍ଲୁମ୍‌ବର୍ଗ, ୦୮/୦୭: ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ସ୍ୱତନ୍ତ୍ର କ୍ଲବ୍‌ ଜଣେ ନୂଆ ସଦସ୍ୟଙ୍କୁ ସ୍ୱାଗତ କରିଛି । ମାଇକ୍ରୋସଫ୍ଟର କମ୍ପାନୀର ପୂର୍ବତନ ସିଇଓ ଷ୍ଟେଭେ ବାଲ୍‌ମର୍‌ ଏହି କ୍ଲବ୍‌ର ନୂଆ ମେମ୍ୱର ଭାବେ ସାମିଲ୍‌ ହୋଇଛନ୍ତି । ପ୍ରଥମ କରି ତାଙ୍କର ସମ୍ପତ୍ତି ୧୦୦ ବିଲିୟନ୍ ଡଲାର୍‌ ପାର କରିଛି । ଏଥି ସହିତ ସେ ନବମ ବ୍ୟକ୍ତି ଭାବ ୧ଶହ ବିଲିୟନ୍‌ କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି ।

ଷ୍ଟେଭେ ବାଲ୍‌ମର୍‌ଙ୍କ ପଛକୁ ଓରାକେଲ୍‌ର ପ୍ରତିଷ୍ଠାତା ଲାରି ଏଲିସନ୍‌ ଏହି କ୍ଲବ୍‌ରେ ସାମିଲ୍‌ ହେବା ନେଇ ଅପେକ୍ଷାରେ ରହିଛନ୍ତି । ବୁଧବାର ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ୯୮.୬ ବିଲିୟନ୍‌ ଡଲାର୍‌ରେ ପହଞ୍ଚିଥିବା ବ୍ଲୁମ୍‌ବର୍ଗ ବିଲେନେୟାର ଇଣ୍ଡେକ୍ସରୁ ଜଣାପଡ଼ିଛି ।

୬୫ ବର୍ଷୀୟ ବାଲ୍‌ମର୍‌ ୨୦୧୪ ମସିହାରେ ମାଇକ୍ରୋସଫ୍ଟର ମୁଖ୍ୟ ପରିଚାଳକ ବା ସିଇଓ ପଦ ଛାଡ଼ିଥିଲେ । ବର୍ତ୍ତମାନ ସେ NBA’s Los Angeles Clippers  ର ମାଲିକ ଅଛନ୍ତି  ଏବଂ ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୨୦.୧ ବିଲିୟନ୍‌ ଡଲାର୍‌ ବୃଦ୍ଧି ହୋଇଛି । ଅନ୍ୟପଟେ ଲାରି ଏଲିସନ୍‌ଙ୍କର ୧୮.୯ ବିଲିୟନ୍‌ ଡଲାର୍‌ ବୃଦ୍ଧି ହୋଇଥିବା ଜଣାପଡ଼ିଛି ।

ଟେକ୍ କମ୍ପାନୀ ଗୁଡ଼ିକର ସେୟାରରେ ବୃଦ୍ଧି ହୋଇଥିବାରୁ କମ୍ପାନୀର ସମ୍ପତ୍ତିରେ ମଧ୍ୟ ବୃଦ୍ଧି ଘଟିଛି । ଯେଉଁଥିରେ ୧୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ଥିବା ସାତଜଣ ଟେକ୍ନୋଲୋଜି କମ୍ପାନୀରୁ ଏହି କ୍ଲବ୍‌ରେ ସାମିଲ୍‌ ହୋଇଛନ୍ତି । ଆମାଜନ୍ ଡଟ୍ କମ୍‌ର ପ୍ରତିଷ୍ଠାତା ଜେଫ୍ ବେଜୋସ୍, ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବେ ଏହି ରାଲିର ସବୁଠାରୁ ଅଧିକ ସମ୍ପତ୍ତିଧାରୀ ଅଟନ୍ତି । ସଦସ୍ୟ ମାନଙ୍କ  ମଧ୍ୟରେ ସେ ପ୍ରଥମରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କର ରେକର୍ଡ ନେଟ ସମ୍ପତ୍ତି ୨୧୨.୧ ବିଲିୟନ ଡ଼ଲାର୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.