କରୋନା ଭୟ ! ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଫାଇନ୍, ରାଜ୍ୟର ଏହି ଜିଲ୍ଲାରେ ଲାଗୁ ହେଲା କଟକଣା

Published By : Prameya-News7 Bureau | April 02, 2021 IST

ମାଲକାନଗିରି ୦୨।୦୪: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ବ ପ୍ରଥମେ ନାଇଟ୍‌ କର୍ଫ୍ୟୁ ଲାଗୁ କରିଥିବା ମାଲକାନଗିରି  ଜିଲ୍ଲା ପ୍ରଶାସନ ଏବେ ସଂକ୍ରମଣ ରୋକିବାକୁ ଆଉ ଏକ ବଡ ପଦକ୍ଷେପ ନେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ମାସ୍କ ପିନ୍ଧିବା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ଵାରୋପ କରିଛନ୍ତି। ମାସ୍କ ନପିନ୍ଧିଲେ ଫାଇନ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦୋକାନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଦୋକାନୀଙ୍କୁ ଦଉଡି ବାନ୍ଧିବାକୁ କୁହାଯାଇଛି। ଯଦି ଗ୍ରାହକ ମାସ୍କ ନପିନ୍ଧି ଦୋକାନୁ ଆସିବେ, ତେବେ ଦୋକାନୀ ଜରିମାନା ଗଣିବେ। ଏହି ପରି ହୋଟେଲ୍, ରେଷ୍ଟୁରାଣ୍ଟରେ ଅଧିକ ଭିଡ  ହେଲେ ସିଲ୍ କରାଯିବ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫୦୦ ରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ। କେବଳ ଏତିକି ନୁହେଁ ଜିଲ୍ଲାରେ ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଆୟୋଜନ ଉପରେ ରୋକ୍ ଲଗାଯାଇଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ପ୍ରଶାସନ କରୋନା ପ୍ରତିରୋଧ ପାଇଁ ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ  କରିଥିଲେ। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହୋଇଥିଲା। କରୋନା କଟକଣା ମଧ୍ୟରେ ବଡଯାତ୍ରା ଉତ୍ସବ ଆୟୋଜନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.