Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପାସୱାର୍ଡ ନଥିଲେ ମଧ୍ୟ ବ୍ୟବହାର କରିପାରିବେ ଯେ କୌଣସି ୱାଇଫାଇ, କେମିତି ଜାଣନ୍ତୁ…

27/06/2019 at 12:08 PM

ଇଣ୍ଟରନେଟ ଦୈନଦିନ ଜୀବନରେ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି କାରଣ ଏହା ଦ୍ବାରା ଅଧିକାଂଶ କାମ ସୁବିଧାରେ ହେଇପାରୁଛି। ଘରୁ ବା ଅଫିସ୍‌ରେ ରହି ବାହାର କାମ କରିବା ଓ ବାହାରେ ରହି ଘର ବା ଅଫିସ କାମ କରିବାର ସୁବିଧା କେବଳ ଇଣ୍ଟରନେଟ୍‌ ଦ୍ବାରା ସମ୍ଭବ। ଇଣ୍ଟରନେଟ୍‌ ମାଧ୍ୟମରେ ଅନେକ କାମ ସୁବିଧାରେ ହୋଇପାରୁଥିବାରୁ କେବେ କେବେ ଲୋକମାନେ ଅଧିକରୁ ଅଧିକ ଡାଟା ବ୍ୟବହାର କରିବା ପାଇଁ ୱାଇ ଫାଇ କନେକ୍ସନ ଚାହାନ୍ତି। ବାହାରେ ୱାଇଫାଇ ତ ମିଳିଯାଏ କିନ୍ତୁ ପାସୱାର୍ଡ ଜଣାନଥାଏ।କିନ୍ତୁ ଏମିତି ଏକ ଉପାୟ ଅଛି ଯାହା ଦ୍ବାରା ୱାଇଫାଇ ପାସୱାର୍ଡ ନଥିଲେ ମଧ୍ୟ ନେଟୱାର୍କ କନେକ୍ଟ ହୋଇପାରିବ।  

ଆଣ୍ଡ୍ରଏଡ୍‌ ଫୋନ୍‌ର କ୍ୟୁଆର କୋଡ QR code ସ୍କାନ କରି କୌଣସି ୱାଇଫାଇ ସହ ଫୋନ କନେକ୍ଟ କରାଯାଇପାରିବ। ଏହି ପଦକ୍ଷେପ ଉଭୟ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ୟୁଜର୍ସଙ୍କ ଫୋନ୍‌ରେ ହୋଇପାରିବ। ଏଥିପାଇଁ କିଛି ସାମାନ୍ୟ ଷ୍ଟେପ ଫଲୋ କରିବାକୁ ହେବ।

ଏମିତି ଅନେକ ସାଇଟ୍‌ ଅଛି ଯାହା ପାସୱାର୍ଡର ନାଁ କ୍ୟୁଆର କୋଡରେ ବଦଳି ଯାଏ। ଯେମିତି  ww.qrstuff.com and zxing.appspot.com  ୱାଇ ଫାଇକୁ କନେକ୍ଟ କରିବାର ଥିଲେ ଏହି ଷ୍ଟେପ ଫଲୋ କରିବା ଉଚିତ୍‌।

୧- ସର୍ବପ୍ରଥମେ ଏଥିମଧ୍ୟରୁ କୌଣସି ୱେବସାଇଟ୍‌ ଭିଜିଟ୍‌ କରି ୱାଇଫାଇ ଲଗ୍‌ଇନ୍‌ ସିଲେକ୍ଟ କରିବା ଉଚିତ୍‌।

୨- ଏହା ପରେ ‘SSID’ ସେକ୍ସନରେ ୱାଇଫାଇ ନାଁ ଟାଇପ କରିବା ଉଚିତ୍‌।

୩- ଏବେ ପାସୱାର୍ଡ ଟାଇପ୍‌ କରିବା ଆବଶ୍ୟକ।

୪- ଏହା ପରେ ନେଟୱାର୍କ ଟାଇପ୍‌ କରି ଚୟନ କରିବା ଜରୁରୀ।

୫- ଏହା ପରେ Generate ଓ download QR codeରେ କ୍ଲିକ୍‌ କରିବା ଉଚିତ୍‌।

ଥରେ ଡାଉନଲୋଡ୍‌ ହେବା ପରେ ପ୍ରିଣ୍ଟ ଆଉଟ କାଢି ରଖିଲେ ଆଗକୁ ମଧ୍ୟ ଏହି ସ୍କାନ ଦ୍ବାରା ୱାଇଫାଇ କନେକ୍ଟ ହୋଇପାରିବ। ଏହା ବ୍ୟତୀତ ସିଧା କ୍ୟାମେରାରୁ ମଧ୍ୟ ସ୍କାନ କରାଯାଇପାରିବ। କିନ୍ତୁ କିଛି ଆଣ୍ଡ୍ରଏଡ୍‌ ସ୍ମାର୍ଟ ଫୋନ୍‌ରେ କ୍ୟୁଆର କୋଡ ସ୍କାନ କରିବା ଫିଚର ନଥାଏ। ଏମିତି ସ୍ଥିତିରେ ଗୁଗୁଲ ପ୍ଲେ ଷ୍ଟୋରରୁ କ୍ୟୁଆର କୋଡ ସ୍କାନ ଆପ୍‌ ଡାଉନଲୋଡ୍‌ କରାଯାଇପାରିବ।

   Related Posts