Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯଦି ସ୍ମାର୍ଟଫୋନ୍‌ କ୍ୟାମେରା ଓ ସ୍କ୍ରିନ୍‌ରେ ହୋଇଛି ସ୍କ୍ରାଚ୍, କରନ୍ତୁ ଏହି କାମ, ନୂଆ ହୋଇଯିବ ଫୋନ୍

24/07/2019 at 3:38 PM

ଆଜିକାଲି ଲୋକେ ଖାଇବା ଭୁଲି ଯାଉଛନ୍ତି ସତ ହେଲେ ଘରୁ ବାହାରିଲା ବେଳେ ଫୋନ ଭୁଲନ୍ତି ନାହିଁ। କାରଣ ଉନ୍ନତ ଟେକନୋଲୋଜି ମାଧ୍ୟମରେ ଲୋକଙ୍କ ଜୀବନର ଅଧିକାଂଶ କାମ ସ୍ମାର୍ଟଫୋନ୍‌ରେ ହେଉଛି। ଆଜି ଦିନରେ ଫୋନ୍‌ର ମହତ୍ବ ଲୋକଙ୍କ ପାଇଁ ବହୁତ ଅଧିକ।

ଆଧୁନିକ ଯୁଗରେ ମୋବାଇଲ ଫୋନ୍‌ ମଣିଷଙ୍କ ଜୀବନ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ସ୍ମାର୍ଟଫୋନ୍‌ର କ୍ୟାମେରା ଯୁବପିଢୀଙ୍କ ପାଇଁ ବହୁତ ଆବଶ୍ୟକ ପାଲଟିଯାଇଛି। ଆଜିକାଲି ଲୋକେ କ୍ୟାମେରା ଦେଖି ଫୋନ୍‌ କିଣୁଛନ୍ତି।
ଏଥିପାଇଁ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀମାନେ ନିଜ ଫୋନ୍‌ର କ୍ୟାମେରା କ୍ବାଲିଟି ଦିନକୁ ଦିନ ଭଲ ଦେଉଛନ୍ତି। କାରଣ ଲୋକଙ୍କୁ ଫୋନ୍‌ର କ୍ୟାମେରା ଅଧିକ ଆକର୍ଷିତ କରେ।କେବେ କେବେ ସ୍ମାର୍ଟଫୋନ୍‌ର କ୍ୟାମେରା ସ୍କ୍ରାଚ ପଡିଯାଏ ଓ ଫଳରେ ଫଟୋ ଭଲ ଆସେନାହିଁ।କିନ୍ତୁ ଏମିତି କିଛି ଉପାୟ ଅଛି ଯାହା ଦ୍ବାରା ଫୋନ୍‌ କ୍ୟାମେରା ସ୍କ୍ରାଚ୍‌ ହୋଇଥିଲେ ତାହା ସଫା କରିହେବ।
 ସ୍କ୍ରାଚ୍‌ ସଫା କରିବା ପାଇଁ ଆଲକୋହଲ୍‌ର ବୁନ୍ଦା ପାଣିରେ ମିଶାଇ ସୂତା କପଡାରେ ସଫା କଲେ କ୍ୟାମେରାର ଲେନ୍ସ ସଫା ହୋଇଥାଏ।

ଏହା ଦ୍ବାରା ଫୋନ୍‌ର କ୍ୟାମେରା ପୂର୍ବ ଭଳି କାମ କରେ। ଏହା ବ୍ୟତୀତ ଫୋନ୍‌ କ୍ୟାମେରାର ଲେନ୍ସ ଟୁଥ୍‌ପେଷ୍ଟରେ ସଫା କଲେ ଲେନ୍ସ ସମ୍ପୂର୍ଣ୍ଣ ଭାବେ ସଫା ହୁଏ। ଫୋନ୍‌ର କ୍ୟାମେରା ଲେନ୍ସକୁ ଇରେଜର ସଫା କଲେ ମଧ୍ୟ ସ୍କ୍ରାଚ୍‌ କ୍ଲିନ ହୋଇଯାଏ।

   Related Posts