Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିଲା ସାବତ ବାପା, ପୋଲିସ କଲା ଗିରଫ

29/08/2019 at 1:55 PM

ଉତ୍ତରପ୍ରଦେଶ୨୯|୮: ଉତ୍ତରପ୍ରଦେଶର କାଂଶୀନଗର ଜିଲ୍ଲାର ସୁନଗଡ଼ି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।  ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବା ସାବତ ବାପାକୁ ପୋଲିସ ଗିରଫ କରିଛି । ପୀଡ଼ିତାଙ୍କ ମାଆ ଅର୍ଥାତ ଅଭିଯୁକ୍ତର ପତ୍ନୀ ସ୍ବାମୀ ନାଁରେ ଥାନାରେ ଅଭିଯୋଗ କରିବା ପରେ ତାକୁ ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଯେ, ପୀଡ଼ିତା ନାବାଳିକାଙ୍କ ମାଆ କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କ ମୃତ୍ୟୁପରେ ଚାରିବର୍ଷ ତଳେ ସେ ପୂର୍ନ ବିବାହ କରିଥିଲେ। ତାଙ୍କ ଦ୍ବିତୀୟ ସ୍ବାମୀ ସବୁବେଳେ ମଦ ପିଇ ତାଙ୍କୁ ମାରପିଟ କରିବା ସହ ତାଙ୍କ ଝିଅଙ୍କୁ ସେ ଖରାପ ବ୍ୟବହାର କରୁଥିଲେ। ସେଥିଲାଗି ମହିଳା ଓ ତାଙ୍କ ଝିଅ ଅଭିଯୁକ୍ତ ସ୍ବାମୀଠାରୁ ଦୂରେଇ ଯାଇ ଅଲଗା ରହୁଥିଲେ। ମହିଳାଙ୍କ କହିବା ମୁତାବକ, ମଙ୍ଗଳବାର ଦିନ ସେ କାମ କରିବା ପାଇଁ ବାହାରକୁ ଯାଇଥିଲେ।

ଏହାର ସୁଯୋଗ ଦେଖି ସାବତ ବାପା ଘରେ ପଶି ୧୫ ବର୍ଷର ଝିଅ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ହେଲେ ସୈତାନ ସାବତ ବାପା ପାଖରୁ ନାବାଳିକା ଖସି ଆସି ତାଙ୍କ ମାଆଙ୍କ ପାଖରେ ସବୁ କଥା କହିଥିଲେ । ପରେ  ଥାନାରେ ଦ୍ବିତୀୟ ସ୍ବାମୀ ବିରୋଧରେ ମହିଳା ଅଭିଯୋଗ କରିବା ପରେ ଅଭିଯୁକ୍ତ ସାବତ ବାପାକୁ ପୋଲିସ ଗିରଫ କରିଛି।

   Related Posts