୩ ବର୍ଷର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କଲା ସାବତ ମାଆ

Published By : Prameya-News7 Bureau | August 25, 2019 IST

କଳାହାଣ୍ଡି ୨୫/୮: ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ସାବତ ମାଆ ହତ୍ୟା  କରିଥିବା ଅଭିଯୋଗ  ଆସିଛି ।

 ନର୍ଲା ଥାନା ଲାଖବାହାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଶିଶୁର ମାଁମୁ ନର୍ଲା ଥାନାରେ ଅଭିଯୋଗ  କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ଅଭିଯୁକ୍ତ ସାବତ ମାଁ ଆଶା ସାକୁ ଅଟକ ରଖାଯାଇଛି । ମୃତକ ଶିଶୁ ନନ୍ଦିନୀ ସାଙ୍କ ନିଜ ମାଆ ମୃତ୍ୟୁ ପରେ ସେ ନିଜ ମାମୁଁ ଘରେ ରହୁଥିଲେ । ତାଙ୍କ ବାପା ତିନି ମାସ ତଳେ ଦ୍ବିତୀୟ ବିବାହ କରିଥିଲେ । ଏବଂ ଶିଶୁକୁ ନିଜ ପାଖକୁ ଆଣିଥିଲେ । ଗତକାଲି ବାପା ରୁପ୍ରାରୋଡ ଯାଇ ଫେରିବା ବେଳେ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିବା ସୁଚନା ଦେଇଛନ୍ତି । ବିଳମ୍ବିତ ରାତିରେ ମୃତକଙ୍କ ମାମୁଁ ଘର ସୁଚନା ପାଇ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଛି । ଶିଶୁର ପାଟିରୁ ରକ୍ତ ବାହାରି ଥିବା ଏବଂ ତଣ୍ଟିରେ କଳା ଦାଗ ରହିଥିବାରୂ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.