Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଉତ୍ତେଜକ ଔଷଧ ଖୁଆଇ ଝିଅମାନଙ୍କ ସହ ସମ୍ପର୍କ ରଖୁଥିଲା ସମଲିଙ୍ଗୀ ସାବତ ମା’, ମହିଳା ଥାନାରେ ଅଭଯୋଗ ପରେ ଗିରଫ

7/09/2020 at 5:03 PM

ଅଲିଗଡ଼ ୦୭/୦୯ : ଉତ୍ତର ପ୍ରଦେଶ ଅଲିଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି | ଶାସନୀ ଥାନା ଅଞ୍ଚଳରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବତୀ ନିଜ ସାବତ ମା ବିରୋଧରେ ଦୁର୍ବ୍ୟବହାର ଜାରିଥିବା ନେଇ ମାମଲା ରୁଜ୍ଜୁ କରିଛନ୍ତି | ସମ୍ଭବତଃ ମହିଳା ଥାନା ଜଣେ ମହିଳା ଆଉ ଜଣେ ମହିଳାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବା ଇତିହାସରେ ଏହା ପ୍ରଥମ ମାମଲା | ମାମଲା ରୁଜ୍ଜୁ ହେବାପରେ ପୋଲିସ ତଦନ୍ତ କରି ମହିଳାଙ୍କୁ ଗିରଫ କରି ଜେଲ ପଠାଇଛି | ଅଭିଯୁକ୍ତ ମହିଳା ୪ଥର ବିବାହ କରିଥିବା ଜଣାପଡିଛି | ଦିଲ୍ଲୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିଲା |

ଅକିଗଡ଼ରେ ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ଅଭିଯୁକ୍ତ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ | ଦ୍ୱିତୀୟ ବିବାହ ତାଙ୍କୁ ବହୁତ ମହଙ୍ଗା ପଡିଛି | ଫେସବୁକରେ ଉଭୟଙ୍କୁ ପ୍ରେମ ହୋଇଥିଲା | କିନ୍ତୁ ଦ୍ୱିତୀୟ ସ୍ତ୍ରୀ ସମଲିଙ୍ଗୀ | ସେହି ବ୍ୟକ୍ତିଙ୍କର ପ୍ରଥମ ସ୍ତ୍ରୀଙ୍କ ଠାରୁ ୩ ଝିଅ ଥିଲେ | ଜଣେ ୧୯ ବର୍ଷୀୟ ଓ ଅନ୍ୟ ଦୁଇଜଣ ନାବାଳିକା | ଏହି ୩ ଝିଅଙ୍କୁ ସାବତ ମା ଉତ୍ତେଜକ ଔଷଧ ଖୁଆଇ ସେମାନନ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ | ୧୯ ବର୍ଷୀୟ ଝିଅ ସପ୍ତାହେ ପୂର୍ବରୁ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିଛି |  

ପୀଡିତାଙ୍କ ଦ୍ୱାରା ଅଭିଯୋଗ ଅନୁସାରେ, ତାଙ୍କର ଆଉ ଦୁଇ ଭଉଣୀ ଓ ଭାଇ ଅଛନ୍ତି | ତାଙ୍କ ପିତା ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି | ୨୦୧୯ ମସିହା ଫେବୃଆରୀ ୧୩ ତାରିଖରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା | ମା’ଙ୍କ ମୃତ୍ୟୁ ପରେ ତାଙ୍କ ପିତାଙ୍କ ବନ୍ଧୁତା ଜଣେ ୪୫ ବର୍ଷୀୟ ମହିଳାଙ୍କ ସହ ହୋଇଥିଲା | ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା | ଏହାପରେ ତାଙ୍କ ପରିବାର ବିବାହ ପାଇଁ ରାଜି ହୋଇଥିଲେ | ୨୦୨୦ ମସିହା ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେରେ ଉଭୟ ଏକ ମନ୍ଦିରରେ ବିବାହ କରିଥିଲେ | ଅଭିଯୁକ୍ତ ମହିଳା ନିଜକୁ ନର୍ସ ବୋଲି ପରିଚୟ ଦେଇଥିଲେ |

ମାମଲା ଅନୁଯାୟୀ, ସାବତ ମା ସବୁଦିନ ରାତିରେ ସମସ୍ତେ ଖାଇ ସାରିବା ପରେ ସମସ୍ତଙ୍କୁ ଏକ ଔଷଧ ଖୁଆଉଥିଲେ ଏବଂ କହୁଥିଲେ ଯେ ସ୍ୱାସ୍ଥ୍ୟ ପାଇଁ ହିତକାରକ | ଔଷଧ ଖାଇ ତାଙ୍କ ପିତା, ଜେଜେବାବା-ଜେଜେମା ଗଭୀର ନିଦ୍ରାରେ ଶୋଇ ପଡୁଥିଲେ | କିନ୍ତୁ ଯୁବତୀ ଓ ତାଙ୍କ ଦୁଇ ଭଉଣୀ ଔଷଧ ଖାଇବା ପରେ ଉତ୍ତେଜକ ହୋଇ ଯାଉଥିଲେ | ଏହାପରେ ମହିଳା ୩ ସାବତ ଝିଅଙ୍କ ସହ ଅଶ୍ଳୀଳ ବ୍ୟବହାର କରି ଶାରୀରିକ ସମ୍ବନ୍ଧ ରଖିବାକୁ ଚେଷ୍ଟା କରୁଥିଲେ | ସେ ସେମାନଙ୍କୁ ଅଶ୍ଳୀଳ ଫଟୋ ଓ ଫିଲ୍ମ ମଧ୍ୟ ଦେଖାଉଥିଲେ |

ଏହା ଅଭିଯୁକ୍ତ ମହିଳାଙ୍କ ଚତୁର୍ଥ ବାହାଘର ବୋଲି ଜଣାପଡିଛି | ତାଙ୍କର ପ୍ରଥମ ବାହାଘର ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା | ୨୦୦୫ ମସିହାରେ ସେହି ବ୍ୟକ୍ତିଙ୍କର ଅଲିଗଡ଼ରେ ମୃତ୍ୟୁ ହୋଇଥିଲା | ଏହି ମାମଲାରେ ଧାରା ୩୦୨ ରେ ମୁକଦ୍ଦମା ରୁଜ୍ଜୁ ହୋଇଥିଲା | ହତ୍ୟା ଅଭିଯୋଗରେ ମହିଳା ସମେତ ଅନ୍ୟ ଦୁଇ ଜଣ ମଧ୍ୟ ଜେଲ ଯାଇଥିଲେ |

   Related Posts