୧୪ ବର୍ଷୀୟା ଝିଅ ସହ ୬ ମାସ ଧରି ଦୁଷ୍କର୍ମ କରୁଥିଲା ସାବତ ବାପ, ପୀଡ଼ିତାଙ୍କ ଅଭିଯୋଗକୁ ବିଶ୍ୱାସ କଲା ନାହିଁ ଜନ୍ମକଲା ମା’

Published By : Prameya-News7 Bureau | July 22, 2021 IST

ଭୋଲୋର ୨୨/୭: ସୈତାନ ସାବତ ବାପ । ସ୍ତ୍ରୀ ପାଖରୁ ଅଲଗା ହେବା ପରେ ଦୁଇ ପିଲାର ମା’ଙ୍କୁ ବିବାହ କରିଥିଲା। ଏହା ପରେ ଦୁଇ ପିଲା ଜଣେ ବାପାର ସାହାରା ମିଳିଛି ଭାବି ଖୁସି ଥିଲେ। ଏମିତି ସମୟ ଚାଲିଥିବା ବେଳେ ସାବତ ବାପର ଲକ୍ଷ୍ୟ କିଛି ଅଲଗା ଥିଲା। ସେ ଦ୍ବିତୀୟ ସ୍ତ୍ରୀର ବଡ଼ ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା । ଏପରିକି ୧୪ ବର୍ଷୀୟା ସାବତ ଝିଅ ସହ ଦୁଷ୍କର୍ମ କରିବାକୁ ବି ପଛାଇଲା ନାହିଁ ଯୌନ ପିପାସୁ।

ଦୀର୍ଘ ୬ ମାସ ଧରି ନାବାଳିକାଙ୍କ ସହ ସାବତ ବାପ ଖରାପ କାମ କରୁଥିବା ଦେଖି ସହି ପାରିଲା ନାହିଁ ୧୦ ବର୍ଷର କୁନି ଭାଇ। ରବିବାର  ଦିନ ଚିତ୍କାର କରି ସାବତ ବାପର କାଣ୍ଡ କାରନାମା ବଖାଣି ଦେଇଥିଲା। ବାଳକର ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚାବ ବେଳକୁ ଅଭିଯୁକ୍ତ ସାବତ ବାପ ଫେରାର ହୋଇଯାଇଥିଲା । ଘଟାଣାଟି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ଭେଙ୍କଟଗିରି ଟାଉନ୍‌ ଅଞ୍ଚଳରେ ଘଟିଛି।

ସେପଟେ ଦ୍ବିତୀୟ ସ୍ବାମୀର ପାଶବିକତାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପୀଡ଼ିତାଙ୍କ ମା’। ନିଜ ଝିଅର କଥା ବିଶ୍ବାସ ନକରିବା ସହ ଥାନାରେ ଏତଲା କରିବାକୁ ବି ଯାଇନଥିଲେ ନାବାଳିକାଙ୍କ ମା। ଏହା ପରେ ମାମଲାକୁ ଗମ୍ଭୀରତାର ସହ ନେଇ ସ୍ଥାନୀୟ ମହିଳା ସଂଘ ସଦସ୍ୟା ପୋଲିସ ଏବଂ ଶିଶୁ ବିକାଶ ସେବାର ଅଧିକାରୀଙ୍କୁ ଜଣାଇଥିଲେ। ପରେ ମଙ୍ଗଳବାର ରାତିରେ ପକ୍ସୋ ଆକ୍ଟ ଜରିଆରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଥିବା ନେଇ ଗୁଡୁରର ଡିଏସପି ରାଜଗୋପାଳ ରେଡ୍ଡୀ ସୂଚନା ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.