ଲଞ୍ଚ ହେଲା ଟୁ ଇନ ଓ୍ବାନ୍ ହେଲମେଟ୍ : କାର୍ ଏବଂ ବାଇକ୍ ଚାଳକ ଉଭୟେ କରିବେ ବ୍ୟବହାର , ରହିଛି ବ୍ଲୁଟୁଥ ଡିଭାଇସର ସୁବିଧା

Published By : Prameya-News7 Bureau | May 15, 2019 IST

ନୂଆଦିଲ୍ଲୀ ୧୫/୫: ଏସିଆର ସବୁଠୁ ବଡ଼ ହେଲମେଟ ନିର୍ମାତା କମ୍ପାନୀ ଷ୍ଟିଲବାର୍ଡ଼ ହାଇଟେକ୍ ଇଣ୍ଡିଆ ଲିମିଟେଡ ଭାରତୀୟ ବଜାରରେ ଏସବି-୫୧ ରାଲି ହେଲମେଟ୍ ଆଣିଛନ୍ତି ଯାହା କାର୍ ଏବଂ ମୋଟରସାଇକେଲ ପାଇଁ ଟୁ ଇନ୍ ଓ୍ବାନ୍ ହେଲମେଟ୍। ପ୍ରକୃତରେ ଏହି ହେଲମେଟର ଉପଯୋଗ ଖାସକରି କାର ରାଲି ପାଇଁ କରାଯାଇଥାଏ। ଏହା ଏକ ଭିନ୍ନ ମଜା ଦେଇଥାଏ।

{"id":112201,"width":596,"height":413}

ହେଲମେଟ୍ ଡିଜାଇନ୍ କଥା କହିବା ଯଦି ଏହା ଅତ୍ୟନ୍ତ ଆକର୍ଷଣୀୟ। ଏହି ହେଲମେଟର ସବୁଠୁ ବଡ଼ ବିଶେଷତ୍ବ ହେଉଛି ଏଥିରେ ଏକ ଏକ୍ସଟେଣ୍ଡେଡ ମାଉଥଗାର୍ଡ଼ ଦିଆଯାଇଛି ଯାହା ବ୍ଲୁଟୁଥ ଡିଭାଇସର ମାଇକ୍ରୋଫୋନ୍ ପାଇଁ ସୁରକ୍ଷା କବଚର କାମ କରିଥାଏ।

{"id":112202,"width":573,"height":417}

ଏହି ହେଲମେଟକୁ ଇଟାଲୀରେ ଡିଜାଇନ୍ କରାଯାଇଛି। ଷ୍ଟିଲବାର୍ଡ଼ର ମୁଖ୍ୟଙ୍କ କହିବା ଅନୁସାରେ ଏକ୍ସଟେଣ୍ଡେଡ ମାଉଥଗାର୍ଡ଼ ଉନ୍ନତ ଧରଣର ଶବ୍ଦ ଶୁଣିବାରେ ସାହାଯ୍ୟ କରିଥାଏ କାରଣ ବ୍ଲୁଟୁଥ ଡିଭାଇସର ମାଇକ୍ରୋଫୋନ୍ ଉପରେ ପବନର ଚାପ ପଡ଼ିନଥାଏ। ତାଙ୍କ କହିବାନୁସାରେ ଏହି ହେଲମେଟ୍ ପ୍ରିମିୟମ୍ ରିପ୍ଲେସେବଲ୍ ଇଣ୍ଟେରିୟର ପ୍ରଦାନ କରିଥାଏ ଯାହା ଚାଳକର କମ୍ଫର୍ଟକୁ ଧାନରେ ରଖି ପ୍ରସ୍ତୁତ କରାଯାଇଛି। ଏହା ସହିତ ଏହାର ଇଣ୍ଟେରିୟରରେ ବ୍ଲୁଟୁଥ ଡିଭାଇସର ସ୍ପିକରକୁ ସହଜରେ ଲଗାଇବାର ବ୍ୟବସ୍ଥା କରାଯାଇଛି।

ଏହି ହେଲମେଟରେ କାର୍ବନ ଫାଇବର ସରଫେସ୍ ଫିନିସିଙ୍ଗ୍ ରହିଛି । କାର୍ବନ ଫାଇବର ସରଫେସ୍ କେବଳ ଲାଲ,ଧଳା ଏବଂ କଳା ରଙ୍ଗରେ ଉପଲବ୍ଧ କରାଯାଇଛି। ଏହା ବଜାରରେ ବଟଲ ଗ୍ରୀନ,ହଟ୍ ପିଙ୍ଗ,ମିଡନାଇଟ୍ ବ୍ଲାକ୍,ଡେଜର୍ଟ ଷ୍ଟର୍ମ,ମରୁନ,ମୁନ ୟେଲୋ,ରୟାଲ ବ୍ରାଉନ୍ ଆଦି ରଙ୍ଗର ଉପଲବ୍ଧ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.