ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍, ହୋଟେଲରୁ ୫ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | July 15, 2021 IST

ରାଉରକେଲା, ୧୫|୦୭ : ଷ୍ଟିଲ୍ ସିଟିରେ ସେକ୍ସ ରାକେଟ୍ । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଉଦିତନଗର ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଏହି ଘଟଣାରେ ୫ ଯୁବତୀଙ୍କ ସହ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାନୁସାରେ, ବୁଧବାର ରାତି ପ୍ରାୟ ୯ଟାରେ ରାଉରକେଲା ଉଦିତନଗର ସ୍ଥିତ କମ୍ଫର୍ଟ ହୋଟେଲର   ଉଦିତନଗର ପୋଲିସ ହଠାତ  ଅତର୍କିତ ଚଢ଼ଉ କରିଥିଲା। ଦେହ ବେପାର ଚାଲୁ ଥିବା ସନ୍ଦେହରେ ଏହି ଚଢଉ ହୋଇଥିଲା । ଚଢ଼ଉ ବେଳେ ହୋଟେଲ କଠୋରୀରୁ ୫ ଯୁବତୀ ସହ ୨ ଜଣ ଯୁବକଙ୍କୁ ପୋଲିସ ଧରି ଥାନାକୁ ନେଇଛି।  

ଏହାସହ ହୋଟେଲ ମ୍ୟାନେଜରଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.