ଇସ୍ପାତ ଓ ଖଣି ଅତିରିକ୍ତ ସଚିବଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ
28/06/2019 at 12:24 PM

ଭୁବନେଶ୍ବର ୨୮|୬: ଇସ୍ପାତ ଓ ଖଣି ଅତିରିକ୍ତ ସଚିବ ବଟକୃଷ୍ଣ ଦେହୁରିଙ୍କ ଉପରକୁ ଆକ୍ରମଣ ହୋଇଛି । ଗୁରୁବାର ସନ୍ଧ୍ୟାରେ ୟୁନିଟ-୬ ସ୍ଥିତ ଘର ଭିତରକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ କେଉଁ କାରଣରୁ ତାଙ୍କ ଉପରକୁ ଆକ୍ରମଣ ହୋଇଛି, ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଚନ୍ଦକା ଜଙ୍ଗଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
25 February 2021
ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳିନାହିଁ ମୃତକଙ୍କ ପରିଚୟ
25 February 2021
ପେଟ୍ରୋଲ ପମ୍ପ୍ ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମବାହିନୀ
25 February 2021