ଏହି ସବୁ ଜିନିଷ ଖାଆନ୍ତୁ :ଶୀତଦିନରେ ରୋଗମୁକ୍ତ ରୁହନ୍ତୁ
18/11/2018 at 5:36 PM

ଭୁବନେଶ୍ବର ୧୮/୧୧: ଶୀତ ଦିନ ଆରମ୍ଭ ହେବା ମାତ୍ରେ ଥଣ୍ଡା,କାଶ,ନାକ ବୋହିବା,ଏବଂ ଜ୍ବର ଭଳି ସମସ୍ୟା ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ଏହି ଋତୁରେ ହେଉଥିବା ସାଧାରଣ ରୋଗରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି ଜିନିଷ ନିୟମିତ ଖାଇବାକୁ ପଡ଼ିଥାଏ। ଖାଦ୍ୟପେୟ ମାମଲାରେ ଶୀତ ଦିନ ସବୁଠୁ ଉତ୍କୃଷ୍ଟ ସମୟ କାରଣ ଏହି ଋତୁରେ ମିଳୁଥିବା ସମସ୍ତ ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।
୧.ଭିଟାମିନ୍ ସିରେ ଭରପୂର ଅଁଳା : ଅଁଳା ଭିଟାମିନ୍ ସି ରେ ଭରପୂର ଥାଏ। ଅଁଳାରେ ବିଭିନ୍ନ ପୋଷକ ତତ୍ତ୍ବ ରହିଥାଏ ଯାହା ଶୀତଦିନେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଭିଟାମିନ୍ ସି ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଶରୀରର କ୍ଷତିକାରକ ଉପାଦାନକୁ ବାହାରକୁ ବାହାର କରିଥାଏ। ଅଁଳା ଖାଇବା ଦ୍ବାରା ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ ଏବଂ ଆନିମିଆ ମଧ୍ୟ ହୋଇନଥାଏ।
୨.ପାଳଙ୍ଗ ଶାଗର ଜୁସ୍ ଅତ୍ୟନ୍ତ ଲାଭଦାୟକ: ସବୁଜ ପତ୍ରରେ ଭରା ପାଳଙ୍ଗ ଶାଗ ସବୁଠୁ ଲାଭଦାୟକ। ଏଥିରେ ପ୍ରୋଟିନ୍,ଭିଟାମିନ୍,ଆଇରନ୍ ରହିଛି। ତରକାରୀ ସହ ପାଳଙ୍ଗର ଜୁସ୍ ପିଇବା ଦ୍ବାରା ଶରୀରରେ ପାଣିର ଅଭାବ ପୂରଣ ହୋଇଥାଏ। ପାଳଙ୍ଗ ଶାଗକୁ ଆପଣ ତରକାରୀ କରି ମଧ୍ୟ ଖାଇପାରିବେ।
୩.ଥଣ୍ଡାକାଶର ମହୈାଷଧି ଗାଜର: ଗାଜରରେ ଭିଟାମିନ୍ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ୍ ଏ,ଭିଟାମିନ୍ ବି,ସି ,ଏବଂ କ୍ୟାଲସିୟମ୍ ଥାଏ ଯାହା ଶୀତଦିନରେ କୋଲେଷ୍ଟ୍ରୋଲର ସ୍ତରକୁ ବଢ଼ିବାକୁ ଦେଇନଥାଏ। ପ୍ରତିଦିନ ଗାଜର ଜୁସ୍ ପିଇବା ଦ୍ବାରା ଥଣ୍ଡାକାଶ ହୋଇନଥାଏ। ଗାଜରର ରସ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଯାହା ଆପଣଙ୍କୁ ଜୀବାଣୁ ଏବଂ ବ୍ୟାକ୍ଟେରିଆରୁ ବଞ୍ଚାଇଥାଏ।
ଶୀତଦିନେ ସବୁଠୁ ଉପଯୋଗୀ ଫଳ ପାଣିସିଙ୍ଗଡ଼ା: ପାଣିସିଙ୍ଗଡ଼ା ସାଇଟ୍ରିକ୍ ଏସିଡ,ଏମିଲୋଜ,ପ୍ରୋଟିନ୍,ଫ୍ୟାଟ୍,ନିକୋଟେନିକ୍ ଏସିଡ୍,ରିବୋଫ୍ଲାମିନ୍,ଥାୟାମିନ୍,ଭିଟାମିନ୍ ସି ,ଭିଟାମିନ୍ ଏ,ମାଙ୍ଗାନିଜ ଆଦି ରହିଥାଏ। ଏହା ଶୀତଦିନର ଏକ ଉତ୍କୃଷ୍ଟ ଫଳ।
ଶରୀରରେ ରକ୍ତ ବୃଦ୍ଧି କରିଥାଏ ବିଟ୍: ବିଟ୍ ଶରୀରରେ ରକ୍ତ ବଢ଼ାଇଥାଏ। ଲୈାହ ବ୍ୟତୀତ ବିଟରେ ଭିଟାମିନ୍ ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଆହୁରି ମଧ୍ୟ ଏଥିରେ ସୋଡିୟମ୍, ପୋଟାସିୟମ୍,ଫସଫରସ୍,କ୍ଲୋରିନ୍,ଆୟୋଡିନ୍ ଏବଂ ଆଇରନ୍ ଥାଏ।