ଭାରତରେ ରହି ପଢିବେ ଛାତ୍ରଛାତ୍ରୀ : ୟୁଜିସି ନେତୃତ୍ୱରେ କମିଟି ଗଠନ, ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଉପଯୁକ୍ତ ସୁଯୋଗ ଦିଆଯିବ- HRD ମନ୍ତ୍ରୀ
26/07/2020 at 10:38 AM

ନୂଆଦିଲ୍ଲୀ ୨୬।୦୭: ଭାରତରେ କିପରି ଅଧିକରୁ ଅଧିକ ଛାତ୍ର ରହିବେ ଏବଂ ଅଧ୍ୟୟନ କରିବେ ସେଥିପାଇଁ ସରକାରଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କିମ୍ବା ୟୁଜିସିର ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି ।
ଏହି କମିଟି ବିଦେଶ ଯିବାକୁ ଇଚ୍ଛା କରୁଥିବା ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ଦେଶରେ ଶିକ୍ଷାର ଉପଯୁକ୍ତ ସୁଯୋଗ ପ୍ରଦାନ ଏବଂ ବିଦେଶରୁ ଫେରୁଥିବା ଛାତ୍ରମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟତା କରିବେ । କମିଟି ଗଠନ ସଂପର୍କରେ ଏକ ଅଧିବେଶନରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଏହି ସମସ୍ୟାଗୁଡିକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଶିକ୍ଷାଗତ ଯୋଗ୍ୟତା ଉପରେ ନିର୍ଭର କରିଥାଏ ।
ଯାହାକୁ ଠିକ୍ ସମୟରେ ସାମାଧାନ କରିବା ଆବଶ୍ୟକ । ଶ୍ରୀ ପୋଖରିଆଲ ଏହା ମଧ୍ୟ କହିଛନ୍ତି ଯେ ୨୦୧୯ ମସିହାରେ ପ୍ରାୟ ୭.୫ ଲକ୍ଷ ଛାତ୍ର ସେମାନଙ୍କ ଅଧ୍ୟୟନ ପାଇଁ ବିଦେଶ ଯାଇଥିଲେ । କିପରି ଭଲ ଛାତ୍ର ମାନେ ଦେଶର ରହି ଅଧ୍ୟୟନ କରିବେ ସେଥିପ୍ରତି ଆମେ ମାନେ ଗୁରୁତ୍ବ ଦେବା ଉଚିତ୍ । ଏଥିସହ ସରକାରଙ୍କ ମ୍ୟାନିଫେଷ୍ଟୋ ଅନୁଯାୟୀ ୨୦୨୪ ସୁଦ୍ଧା ସମସ୍ତ ପ୍ରିମିୟର୍ ଅନୁଷ୍ଠାନରେ ସିଟ୍ କ୍ଷମତା ୫୦ ପ୍ରତିଶତ ବୃଦ୍ଧି ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନ୍ସକୁ ମଧ୍ୟ ୫୦ ପ୍ରିତଶତ ବୃଦ୍ଧି କରିବାକୁ ପଡିବ ବୋଲି ଶ୍ରୀ ପୋଖରିଆଲ କହିଛନ୍ତି ।