ଭୁବନେଶ୍ବରରୁ ମୂର୍ତ୍ତିଚୋରୀ ରାକେଟ ଠାବ, ରାକେଟର ମାଷ୍ଟର ମାଇଣ୍ଡ ସଇଦ ଜିଲନୁରକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩/୨-ଭୁବନେଶ୍ବରରୁ ମୂର୍ତ୍ତିଚୋରୀ ରାକେଟ ଠାବ । ରାକେଟର ମାଷ୍ଟର ମାଇଣ୍ଡ ସଇଦ ଜିଲନୁରକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ସଇଦଙ୍କ ଘରୁ ଦୁଇଟି ବିରଳ ଅଷ୍ଟ ଧାତୁ ମୁର୍ତ୍ତି ମଧ୍ୟ ଉଦ୍ଧାର କରିଛି ଏସଟିଏଫ୍ । ଯାହାର ଅନ୍ତର୍ଜାତୀୟ ବଜାରରେ ମୁଲ୍ୟ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା ।

{"id":84909}

 ଡିଲ ସରିଥିଲା । ବିରଳମୂର୍ତ୍ତି ବଦଳରେ କେତେ ଟଙ୍କାର କାରବାର ହେବ । କେଉଁ ଯାଗାକୁମୂର୍ତ୍ତି ସଫ୍ଲା ହେବ । ଆଉ କିଏ ନେବ ।  ସେଇଟା ବି ଫାଇନାଲ ହୋଇ ଯାଇଥିଲା । ମାତ୍ର ଘଟଣା ଘଟିବା ପୂର୍ବରୁ ସବୁ ଫ୍ଲାନକୁ ଭଣ୍ଡୁର କରି ଦେଲା କ୍ରାଇମବ୍ରାଞ୍ଚ ଏସଟଟିଏଫ ।

 ଏହି କ୍ରମରେ ଆଜି ରାଜଧାନୀରୁ ବିରଳମୂର୍ତ୍ତି ଚୋରୀ ରାକେଟ ଠାବ କରିଛି ଏସଟଟିଏଫ । ରାକେଟର ମାଷ୍ଟର ମାଇଣ୍ଡ ସଇଦ ଜିଲନୁରକୁ ଆଜି ଭୁବନେଶ୍ବର ଉପକଣ୍ଠ ଯଦୁପୁର ସ୍ଥିତ ଘରୁ ଗିରଫ କରିଛି ଏସଟିଏଫ । ଏଥିସହ ସଇଦଙ୍କ ଘରୁ ଦୁଇଟି ବିରଳ ଅଷ୍ଟ ଧାତୁ ମୁର୍ତି ମଧ୍ୟ ଉଦ୍ଧାର କରିଛି ଏସଟିଏଫ୍ । ଯାହାର ଆନ୍ତର୍ଜାତୀୟ ବଜାରରେ ମୁଲ୍ୟ ଦୁଇ କୋଟି ପଚାଶ ଲକ୍ଷ ଟଙ୍କା । ସଇଦ ଏବଂ ତାର ସହଯୋଗୀ ଦୀର୍ଘ ଦିନରୁ ଏହି ରକେଟକୁ ଚଳାଇ ଆସୁଥିଲେ । ଭୁବନେଶ୍ବରୁ ଥାଇ ଏହି ରାକେଟକୁ ମନିଟରିଂ କରୁଥିଲା ସଇଦ । ଯାହା ଚେର ଲମ୍ବିଥିଲା ସୂଦୂର ନେପାଳ ଯାଏ । ଯାହା ଉପରେ ନଜର ରଖିଥିଲା ଏସଟିଏଫ । ଏ ନେଇ ସ୍ବତନ୍ତ ଟିମ ଗଠନ କରି ମଙ୍ଗଳବାର ରାତି ସଇଦଙ୍କ ଘର ଉପରେ  ଚଢାଉ କରିଥିଲା । ସେପଟେ ଏଡି ରାକେଟରେ କିଏ କିଏ ସମ୍ପୃକ୍ତ । ଆଗରୁ କେଉଁ ଯାଗାରୁ ଏଭଳି ବିରଳ ମୁର୍ତି ଚୋରୀ କରିଛି ରାକେଟ ତାର ପୁରା ଖୋଡତାଳ କରୁଛି ଏସଟିଏଫ ।

ଅପରପକ୍ଷରେ ଜବତ ଦୁଇ ବିରଳ ମୂର୍ତ୍ତିକୁ ଏଏସଆଇ ନିକଟକୁ ପାଠାଇବ ଏସଟିଏଫ । ଏଏସଆଇ ସହାୟତାରେ ତଦନ୍ତ ଆଗକୁ ବଢାଇବ ବୋଲି ଏସଟିଏଫ ଆଇଜି ଯତୀନ୍ଦ୍ର କୋଏଲ କହିଛନ୍ତି । ଓଡିଶାର କେଉଁ କେଉଁ ଯାଗାରେ ଏହି ରାକେଟ କାମ କରୁଛି ତାର ମଧ୍ୟ ତଦନ୍ତ କରୁଛି ଏସଟିଫ । ଅପରପକ୍ଷରେ ମୂର୍ତ୍ତିଚୋରୀ ରାକେଟ ସହ କୌଣସି ପ୍ରକାର ସମ୍ଫୃକ୍ତ ନୁହେଁ ବୋଲି ସଇଦ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.