ଆଉ ୩ ବର୍ଷ ପରେ ଷ୍ଟାଚ୍ୟୁ ଅଫ ୟୂନିଟି ହରାଇବ ବିଶ୍ୱର ସବୁଠାରୁ ବଡ ଷ୍ଟାଚ୍ୟୁର ମାନ୍ୟତା, ଜାଣନ୍ତୁ କେଉଁ ମୂର୍ତ୍ତି ଛଡାଇନେବ ଏହି ରେକର୍ଡ

Published By : Prameya-News7 Bureau | November 14, 2018 IST

ଦିଲ୍ଲୀ ୧୪/୧୧ : ଗତ ଅକ୍ଟୋବର ୩୧ ତାରିଖରେ ଉଦଘାଟିତ ହୋଇଥିଲା ବିଶ୍ୱଏଅ ସର୍ବ ବୃହର ମୂର୍ତ୍ତି ଷ୍ଟାଚ୍ୟୁ ଅଫ ୟୂନିଟି ବା ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି |ଏହାର ଉଚ୍ଚତା ଷ୍ଟାଚ୍ୟୁ ଅଫ ଲିବର୍ଟିଠାରୁ ଅଧିକା ଥିଲା । ତେବେ  ମହାରାଷ୍ଟ୍ର ସରକାର ଏବେ ଆରବ ସାଗରରେ ମହାରାଜ ଶିବାଜୀଙ୍କ ଏକ ବିଶାଳକାୟ ମୂର୍ତ୍ତି ତିଆରି କରୁଛନ୍ତି | ତେବେ ଏହି ମୂର୍ତ୍ତିର ଉଚ୍ଚତା ଷ୍ଟାଚ୍ୟୁ ଅଫ ୟୂନିଟିର ଉଚ୍ଚତା ଠାରୁ ଆହୁରି ୨୮ ମିଟର ଅଧିକ ଅର୍ଥାତ ୨୧୦ ମିଟର ରହିବ | ଏହି ମୂର୍ତ୍ତି ମଧ୍ୟ ସେହି କମ୍ପାନୀ ନିର୍ମାଣ କରିବ ଯିଏ ଷ୍ଟାଚ୍ୟୁ ଅଫ ୟୂନିଟି ତିଆରି କରିଥିଲେ | ଆରବ ସାଗରରେ ତିଆରି ହେଉଥିବା ଶିବାଜୀଙ୍କ ମୂର୍ତ୍ତି 'ଷ୍ଟାଚ୍ୟୁ ଅଫ ୟୂନିଟି' ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇଥିଲା ତାଠାରୁ କମ ଅର୍ଥରେ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି | ତେବେ ମୂର୍ତ୍ତି ତିଆରି କରୁଥିବା କମ୍ପାନୀ କହିଛି ଯେ, ମୂର୍ତ୍ତି ତିଆରିରେ ପ୍ରାୟ ୨୫୦୦ କୋଟି ଖର୍ଚ୍ଚ ହେବ | କିନ୍ତୁ ଷ୍ଟାଚ୍ୟୁ ଅଫ ୟୂନିଟିରେ ପ୍ରାୟ ୩୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା | ସୂଚନାଯୋଗ୍ୟ ଯେ, ମହାରାଜ ଶିବାଜୀ ଶିବାଜୀଙ୍କ ଏହି ମୂର୍ତ୍ତି ୨୦୨୧ ସୁଦ୍ଧା ନିର୍ମାଣ ହେଇଯିବ | ଏହି ମୂର୍ତ୍ତି ତିଆରି ହେବାପରେ ଏହା ବିଶ୍ୱର ସବୁଠାରୁ ବଡ ମୂର୍ତ୍ତି ହେବା ସହ ଷ୍ଟାଚ୍ୟୁ ଅଫ ୟୂନିଟିର ରେକର୍ଡ ଭାଙ୍ଗିଯିବ | କହିବାକୁ ଗଲେ ଷ୍ଟାଚ୍ୟୁ ଅଫ ୟୂନିଟି ସବୁଠାରୁ ବଡ ଷ୍ଟାଚ୍ୟୁର ରେକର୍ଡ ଆଉ ୩ ବର୍ଷ ପାଇଁ ହିଁ ରହିବ | ମହାରାଜ ଶିବାଜୀଙ୍କ ଏହି ମୂର୍ତ୍ତି ରାଜ ଭବନ ଠାରୁ ୧.୫ କିଲୋମିଟର ଦୂର ଏବଂ ସମୂଦ୍ରର ୩.୫ କିଲୋମିଟର ଭିତରେ ତିଆରି କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.