ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ନେତାଜୀଙ୍କ ପ୍ରତିମୂର୍ତ୍ତି

Published By : Prameya-News7 Bureau | January 21, 2022 IST

ନୂଆଦିଲ୍ଲୀ, ୨୧/୦୧: ଅମର ଜବାନ ଜ୍ୟୋତିକୁ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି । ଇଣ୍ଡିଆ ଗେଟ୍‌ ଉିପରେ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । ପିଏମ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ, ଏହି ସମୟରେ ଯେତେବେଳେ ସାରା ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି, ସେତେବେଳେ ମୁଁ ଖୁସିର ସହ ଘୋଷଣା କରୁଛି ଯେ, ଗ୍ରାନାଇଟ୍‌ରେ ପ୍ରସ୍ତୁତ ତାଙ୍କର ଭବ୍ୟ ପ୍ରତିମା ଇଣ୍ଡିଆ ଗେଟ୍‌ ଉପରେ ସ୍ଥାପନ କରିଯିବ । ଏହାକୁ ଜାନୁଆରୀ ୨୩ ତାରିଖରେ ଉନ୍ମୋଚନ କରାଯିବ ଏବଂ ଏହା ତାଙ୍କ ପ୍ରତି ଭାରତକୁ ଋଣୀ କରିବାର ପ୍ରତୀକ ହେବ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.