ଲଣ୍ଡନ ମ୍ୟୁଜିୟମ ସମ୍ମୁଖରୁ ହଟିଲା ଦାସ ବ୍ୟବସାୟୀ ରବର୍ଟ ମିଲିଗାନର ମୂର୍ତ୍ତି

Published By : Prameya-News7 Bureau | June 10, 2020 IST

ଲଣ୍ଡନ ୧୦।୬:  ଦାସ ବ୍ୟବସାୟୀ ରବର୍ଟ ମିଲିଗାନଙ୍କ ପ୍ରତିମୂର୍ତ୍ତିକୁ ଡକଲ୍ୟାଣ୍ଡ ସ୍ଥିତ ଲଣ୍ଡନ ମ୍ୟୁଜିୟମ ସମ୍ମୁଖରୁ ହଟାଇ ଦେଇଛି ବ୍ରିଟେନ। ଏହା ନିଷ୍ଠୁର ସତ୍ୟ ଯେ ଦାସ ବାଣିଜ୍ୟରୁ ଆମର ବହୁ  ସମ୍ପତ୍ତି ଆୟ ହୋଇଥିଲା। ହେଲେ ସର୍ବସାଧାରଣ ସ୍ଥାନରେ ଏହାକୁ ଆମେ ପ୍ରଦର୍ଶିତ କରିପାରିବା ନାହିଁ ବୋଲି କହିଛନ୍ତ ଲଣ୍ଡନ ମେୟର ସାଦିକ ଖାନ୍। ଏଣୁ ୱେଷ୍ଟ ଇଣ୍ଡିଆ ଘାଟରେ ଦାସ ବ୍ୟବସାୟୀ ରବର୍ଟ  ମିଲିଗାନଙ୍କ ପ୍ରତିମୂର୍ତ୍ତି ଆଉ ରହିବନି ବୋଲି ସେ କହିବା ପରେ ସେଠାରୁ ଏହାକୁ ହଟାଇ ଦିଆଯାଇଛି।

wp:html /wp:html

ତେବେ ଏହା ପୂର୍ବରୁ ଦେଶର ଅନ୍ୟତମ ପ୍ରମୁଖ ଦାସ ବ୍ୟବସାୟୀ ଏଡୱାର୍ଡ କଲଷ୍ଟନଙ୍କ ମୂର୍ତ୍ତିକୁ ବିକ୍ଷୋଭକାରୀନଷ୍ଟ କରିଦେଇଛନ୍ତି। ଗତ ମେ ୨୫ ତାରିଖଦିନ ଆମେରିକା ପୋଲିସ ନିର୍ଯାତନାରେ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁକୁ ନେଇ ବ୍ରିଟେନର ବିଭିନ୍ନ ସ୍ଥାନରେ ବର୍ଣ୍ଣବିଦ୍ୱେଷ ଭିକ୍ଷୋଭ ହୋଇଥିଲା। ଏଥିରେ ଲୋକେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ପ୍ରତିମା ଭଙ୍ଗାରୁଜା କରିଛନ୍ତି।

{"id":284043,"sizeSlug":"large"}

ଲଣ୍ଡନ ମ୍ୟୁଜିୟନ ଡକଲ୍ୟାଣ୍ଡ କହିଛନ୍ତି ଯେ ଏହି ସ୍ମାରକ ମାନବ ଇତିହାସରେ ସମସ୍ୟାଗ୍ରସ୍ତ ଶାସନର ଏକ ଅଂଶ, ଯାହା ମାନବତା ବିରୋଧରେ ମିଲିଗାନ କରିଥିବା ଅପରାଧର ଅବଶିଷ୍ଠାଂଶ ସହ ସଂଗ୍ରାମ କରୁଥିଲା ଓ ଲୋକଙ୍କ ଯନ୍ତ୍ରଣାକୁ ଅଣଦେଖା କରିଆସୁଥିଲା। ଏଣୁ ଏହାକୁ ଏଠାରୁ ହଟାଇ ଦେବା ପାଇଁ ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଲଣ୍ଡନ ମ୍ୟୁଜିୟମ ସମ୍ମୁଖରୁ ରବର୍ଟ ମିଲିଗାନଙ୍କ ପ୍ରତିମୂର୍ତ୍ତିକୁ ହଟାଇବା ଲାଗି ଦି କେନାଲ ଏଣ୍ଡ ରିଭର ଟ୍ରଷ୍ଟ  ଲଣ୍ଡନ ବୋରୋ ଅଫ ଟାୱାର ହେମଲେଟସ୍‌ର ସହାୟତା ନେଇଥିଲେ।

{"align":"center","id":284044,"sizeSlug":"large"}

ଏବେ ରାଜଧାନୀ ଲଣ୍ଡନର ସାର୍ବଜନିକ ସ୍ଥଳମାନଙ୍କର ବିବିଧତାର ସମୀକ୍ଷା ଓ ସଂସ୍କାର ଲାଗି  ଏକ ନୂଆ ଆୟୋଗର ସ୍ଥାପନା ହେବ ବୋଲି ମେୟର ସାଦିକ୍ ଖାନ ଘୋଷଣା କରିଛନ୍ତି। ଆମ ସହରର ସମସ୍ତ ବିବିଧତା ବାସ୍ତବିକ ପ୍ରଶଂସା ଯୋଗ୍ୟ, ତେବେ ଉତ୍ତରାଧିକାରରେ ଆମକୁ କଣ ମିଳିଛି ତାହାବି ଆମେ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ମେୟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.