Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସହିଦ ସଞ୍ଜୟଙ୍କୁ ଝୁରୁଛନ୍ତି ପରିବାର ଏବଂ ଗ୍ରାମବାସୀ, ଦାବି ପରେ ବି ସ୍ଥାପନ ହୋଇପାରୁନି ପ୍ରତିମୂର୍ତ୍ତି

1/02/2021 at 11:04 PM

ପାଟଣା ୦୧/୦୨: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକର ଚୁଟିଆପଶି ଗ୍ରାମ ଦିନେ ସହିଦ ସଞ୍ଜୟ ଦାସଙ୍କୁ ନେଇ ସାରା ରାଜ୍ୟରେ ପରିଚିତ ହୋଇଥିଲା । ଚୁଟିଆପଶି ଗ୍ରାମର ଲୋଚନ ଦାସଙ୍କ ଦ୍ଵିତୀୟ ପୁତ୍ର ସଞ୍ଜୟ ଦାସ ୨୦୧୭ ମସିହା ଫେବୃଆରୀ ୧ ତାରିଖରେ କୋରାପୁଟ ଜିଲ୍ଲା ସୁଙ୍କି ଘାଟିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ। ଅନୁଗୁଳ ଜିଲ୍ଲାରଏକ ଟ୍ରେନିଂ ସେଣ୍ଟରକୁ ଆସୁଥିବା ସମୟରେ ଯବାନଙ୍କ ଗାଡି ଉପରକୁ ଟାର୍ଗେଟ କରିଥିଲେ ମାଓବାଦୀ । ଏହି ଆକ୍ରମଣରେ ସହିଦ ହୋଇଥିଲେ ସଞ୍ଜୟ ଦାସ।

ସହିଦ ସଞ୍ଜୟଙ୍କୁ ଭୁଳିପାରିନାହାନ୍ତି ପରିବାର ଏବଂ ଗ୍ରାମବାସୀ। ଦେଶ ପାଇଁ ସହିଦ ହୋଇଥିବା ସଞ୍ଜୟ ଦାସଙ୍କ ବାପା ନିଜ ପୁଅକୁ ଝୁରି ଝୁରି ମୃତ୍ୟୁବରଣ କରିଥିବା ବେଳେ ଏଯାଏଁ ସଞ୍ଜୟଙ୍କୁ ଝୁରୁଛନ୍ତି ପତ୍ନୀ ବୀଣାପାଣି ଦାସ ଓ ୬ ବର୍ଷ ପୁଅ ରୁଦ୍ର ପ୍ରସାଦ ଦାସ । ହେଲେ ବିଡ଼ମ୍ବନାର ବିଷୟ ଯେ ସଞ୍ଜୟଙ୍କ ସ୍ମୃତି ଚାରଣ ପାଇଁ ଗ୍ରାମରେ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିନାହିଁ ।

ଗ୍ରାମରେ ପ୍ରତିମୃର୍ତ୍ତି ସ୍ଥାପନ ହେବାକୁ ଥିବା ସ୍ଥାନକୁ ନେଇ ଅନେକ ବାଧା ସୃଷ୍ଟି ହେବା ସହ ଉକ୍ତ ଜାଗାରେ ୧୪୪ ଧାରା ଜାରି ହୋଇଛି । ଉକ୍ତ ଜାଗାକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଛି । ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପ୍ରତିମୃର୍ତ୍ତି ସ୍ଥାପନ ହୋଇ ପାରିନଥିବାରୁ ପରିବାର ଲୋକେ ତଥା ସଞ୍ଜୟଙ୍କ ପତ୍ନୀ ବୀଣାପାଣି କ୍ଷୋଭ ପ୍ରକାଶ କରିଛନ୍ତି । ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଖୁବଶୀଘ୍ର ସହିଦଙ୍କ ପ୍ରତିମୃର୍ତ୍ତି ସ୍ଥାପନ କରାବାକୁ ପରିବାର ଲୋକେ ଦାବି କରିଛନ୍ତି।

   Related Posts