Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ଗାଏବ: ଧାରଣାରେ ବସିଲେ ସମାଜସେବୀ ଲକ୍ଷ୍ମୀଧର ବିଶ୍ବାଳ

2/06/2020 at 3:00 PM

ଭଦ୍ରକ୨/୬: ରାଜ୍ୟବାସୀ ଗାଇଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବନ୍ଦେ ଉତ୍କଳ ଜନନୀ। କିନ୍ତୁ ନିଜ ଜିଲ୍ଲା ଭଦ୍ରକରେ କାନ୍ତକବି ଅବହେଳିତ। ଭଦ୍ରକ ସହରରେ କାନ୍ତକବିଙ୍କ ସ୍ମୃତିରେ ବାଇପାସ ଛକରେ ଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହୋଇଥିଲା କିନ୍ତୁ ଏହି ପ୍ରତିମୂର୍ତ୍ତି ଗାଏବ ହୋଇଯାଇଛି।  ବହୁଦିନ ଧରି ପ୍ରତିମୂର୍ତ୍ତି ନଥିବା ବେଳେ ଖମ୍ବଟି ଭଗ୍ନ ଅବସ୍ଥାରେ ପଡି ରହିଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର ନଥିବା ଅଭିଯୋଗ ହୋଇଛି।

ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଆଜି ବାଇପାସ ଛକରେ ଥିବା ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ସମାଜସେବୀ ଲକ୍ଷ୍ମୀଧର ବିଶ୍ବାଳ। ରାଜ୍ୟର ଗର୍ବ ଓ ଗୌରବ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ନିଜ ଜିଲ୍ଲାରେ ଉପେକ୍ଷା କରାଯିବା ଘଟଣାକୁ ନେଇ ଜ଼ିଲ୍ଲାରେ ତୀବ୍ର ନିନ୍ଦା କରାଯାଇଛି।  ଏହି ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ରଚୟିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କିଛି ଦିନ ତଳେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସାରା ରାଜ୍ୟବାସୀ ଦ୍ଵାରା ଗାନ କରାଯାଇଥିଲା। 

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଜ଼ିଲ୍ଲାରେ ମଧ୍ୟ ଏହି ସଙ୍ଗୀତ ଗାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଜ଼ିଲ୍ଲା ପ୍ରଶାସନ ଭୁଲି ଯାଇଥିଲା, ଆମେ ଯେଉଁ ସଙ୍ଗୀତ ଗାନ କରୁଛନ୍ତି, ସେ ବ୍ୟକ୍ତିତ୍ୱ ଆମ ଜ଼ିଲ୍ଲାର ସନ୍ତକ। କିନ୍ତୁ କେଉଁ ପରିସ୍ଥିତିରେ ଖୋଦ୍ ନିଜ ଜ଼ିଲ୍ଲାରେ ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଅସମ୍ମାନ କରାଗଲା ତାକୁ ନେଇ ଏବେ ସ୍ଵର ଉତ୍ତୋଳନ ଆରମ୍ଭ ହେଲାଣି । ଖୁବଶୀଘ୍ର କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ପୁନଃଉଦ୍ଧାର କରିବା ସହ ପ୍ରତିଷ୍ଠା କରିବା ପାଇଁ  ଦାବି ହୋଇଛି ।

   Related Posts