Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି: ଖର୍ଚ୍ଚ ହୋଇଛି ହଜାରେ କୋଟି ଟଙ୍କା, ୧୨୦ କିଲୋ ସୁନାରେ ତିଆରି ହେବ ମୂର୍ତ୍ତି

28/08/2020 at 10:42 AM

ହାଇଦ୍ରାବାଦ ୨୮/୦୮ : ଷ୍ଟାଚ୍ୟୁ ଅଫ ଇକ୍ୱିଲିଟିର ଡିଜାଇନ ଆର୍କିଟେକ୍ଟ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କଳା ନିର୍ଦ୍ଦେଶକ ଆନନ୍ଦ ସାଇ କରିଛନ୍ତି | ଏହି ମନ୍ଦିର ଓ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟିର ଡିଜାଇନ ପାଇଁ ତାଙ୍କୁ ୨ ବର୍ଷ ସମୟ ଲାଗିଥିଲା | ବୈଷ୍ଣବ ସନ୍ଥ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କ ଜନ୍ମକୁ ହଜାରେ ବର୍ଷ ପୁରିଛି | ହାଇଦ୍ରାବାଦରେ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଛି |

ଏହି ମନ୍ଦିର ନିର୍ମାଣ ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ | ମନ୍ଦିରରେ ରାମାନୁଜାଚାର୍ଯ୍ୟ ସ୍ୱାମୀଙ୍କ ଦୁଇଟି ମୂର୍ତ୍ତି ସ୍ଥାପନା କରାଯାଇଛି | ଦୁଇଟି ମୂର୍ତ୍ତି ବହୁତ ଖାସ ହେବ | ପ୍ରଥମ ମୂର୍ତ୍ତି ଅଷ୍ଟଧାତୁର ୨୧୬ ଫୁଟ ଉଚ୍ଚ ଯାହା ସ୍ଥାପିତ କରାଯାଇଛି | ଏହି ମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ନାମ ଦିଆଯାଇଛି |

ଦ୍ୱିତୀୟ ମୂର୍ତ୍ତି ମନ୍ଦିର ଗର୍ଭଗୃହରେ ସ୍ଥାପିତ କରାଯାଇଛି | ଏହି ମୂର୍ତ୍ତିର ବିଶେଷତ୍ୱ ହେଲା ଏହାକୁ ୧୨୦ କିଲୋ ସୁନାରେ ତିଆରି କରାଯାଇଛି | ଏହି ଭବ୍ୟ ମନ୍ଦିର ହାଇଦ୍ରାବାଦରୁ ପାଖାପାଖି ୪୦ କିମି ଦୂର ରାମନଗରରେ ନିର୍ମାଣ କରାଯାଉଛି | ମନ୍ଦିର ସଂସ୍ଥାପକ ଚିନ୍ନା ଜୀୟାର ସ୍ୱାମୀ କହିଛନ୍ତି ଯେ ରାମାନୁଜାଚାର୍ଯ୍ୟ ସ୍ୱାମୀ ପୃଥିବୀରେ ୧୨୦ ବର୍ଷ ଯାଏଁ ଥିଲେ | ସେଥିପାଇଁ ୧୨୦ କିଲୋ ସୁନାରେ ମୂର୍ତ୍ତି ତିଆରି କରାଯାଇଛି |

୪୫ ଏକର ଜମିରେ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ଏବଂ ରାମାନୁଜାଚାର୍ଯ୍ୟ ମନ୍ଦିର ନିର୍ମାଣ କରାଯାଉଛି | ମନ୍ଦିରର ମୂଳ ଭବନ ପାଖାପାଖି ୧.୫ ଲକ୍ଷ ବର୍ଗ ଫୁଟ କ୍ଷେତ୍ରରେ ତିଆରି ହେଉଛି | ଏହା ୫୮ ଫୁଟ ଉଚ୍ଚ | ଏହା ଉପରେ ଷ୍ଟାଚ୍ୟୁ ଅଫ ଇକ୍ୱିଲିଟି ସ୍ଥାପିତ କରାଯାଇଛି |

   Related Posts