ମୂର୍ତ୍ତି ଉଚ୍ଚତା ସିନା ବଢିଲାନି, ହେଲେ ଉଚ୍ଛୁଳିଲାଣି କଟକ ବିଜେଡି ରାଜନୀତି, ଏବେ ମୁହାଁମୁହିଁ ଭର୍ତ୍ତୁହରି-ସୁବାସ ସିଂହ

Published By : Prameya-News7 Bureau | September 18, 2021 IST

କଟକ ୧୮।୦୯: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ସମ୍ପର୍କିତ  ମାମଲା ଉପରେ ହାଇକୋର୍ଟ ପୂର୍ଣ୍ଣଛେଦ ଟାଣି ସାରିଛନ୍ତି। କିନ୍ତୁ କଟକ ବିଜେଡି ନେତାଙ୍କ ଭିତରେ ରାଜନୀତିରେ ପୂର୍ଣ୍ଣଛେଦ ପଡୁନି ।  କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭିତରେ ମୁହାଁମୁହିଁ ପରେ ଏବେ ଏହା ଭିତରକୁ ଧସେଇ ପସିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ଭର୍ତ୍ତୃହରିଙ୍କ ବୟାନ ବିରୋଧୀଙ୍କୁ ରାଜନୀତି କରିବାର ମଉକା ଦେଲା କହି ସାଂସଦଙ୍କୁ ଟାର୍ଗେଟ୍ କରିଥିବା ବେଳେ ସୁବାସଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି ଭର୍ତ୍ତୃହରି ।

{"id":513865,"sizeSlug":"full","linkDestination":"none"}

ମୂର୍ତ୍ତି ଉଚ୍ଚତା ସିନା ବଢିଲାନି । ହେଲେ ଉଚ୍ଛୁଳିଲାଣି କଟକ ବିଜେଡି ରାଜନୀତି । ପ୍ରସଙ୍ଗକୁ ନେଇ ପ୍ରଥମେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ନେତା । କଟକ ସାଂସଦ ଭର୍ତ୍ତୃହରି ମହତାବ ଓ  ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଆଉ ଏବେ ଏହି ବିବାଦକୁ ଧସେଇ ପଶିଛନ୍ତି  ରାଜ୍ୟସଭା ସାଂସଦ ସୁବାସ ସିଂହ । ସାଂସଦ ଭର୍ତ୍ତୃହରିଙ୍କ ବୟାନ ମୂର୍ତ୍ତି ବିବାଦ ବଢାଇବାରେ ବଳ ଦେଇଛି ବୋଲି କହିଛନ୍ତି ସୁବାସ । ସାଂସଦଙ୍କ ବୟାନ ବିରୋଧୀଙ୍କୁ ରାଜନୀତି କରିବାକୁ ମଉକା ଦେଲା ବୋଲି ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ ।

{"id":513866,"sizeSlug":"full","linkDestination":"none"}

ଦଶହରାରେ ମା ଦୁର୍ଗାଙ୍କ  ମୂର୍ତ୍ତି ଉଚ୍ଚତା ବଢିବା ସପକ୍ଷରେ ଯୁକ୍ତି ବାଢିଥିଲେ ସାଂସଦ ଭର୍ତ୍ତୃହରି ମହତାବ। ଏମିତିକି ଭର୍ତ୍ତୃହରିଙ୍କ  ନେତୃତ୍ବରେ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମଧ୍ୟ ସ୍ଥିର ହୋଇଥିଲା । ହେଲେ ତା`ପୂର୍ବରୁ  ବାଲୁ ବଜାର ପୂଜା କମିଟିର ଆବେଦନକୁ ଖାରଜ କରିଦେଲେ ହାଇକୋର୍ଟ । ଏମିତିରେ କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ମୁଣ୍ଡ ଟେକିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିଲା ବୋଲି କୁହାଗଲା । ହେଲେ   ସୁବାସ ସିଂଙ୍କ ମନ୍ତବ୍ୟ ଏବେ କଟକ ବିଜେଡି ରାଜନୀତି ନିଆଁରେ  ଘିଅ ଢାଳିଛି । ଗୋଟେପଟେ କଟକ ସାଂସଦ  ଥିବାବେଳେ କଟକର ବାକି ବିଜେଡି ନେତା ଆଉଗୋଟେ ପଟେ । ତେବେ ସୁବାସ ସିଂହଙ୍କ ଆରୋପର  ଜବାବ୍ ବେଶ୍ ଚତୁରତାର ସହ ରଖିଛନ୍ତି ସାଂସଦ ଭାର୍ତୁହରି  ମହତାବ । କହିଛନ୍ତି, ହାତରେ ଆଉ ସମୟ ନାହିଁ , ଆଶା ଠାରୁ ଆଶଙ୍କା ଅଧିକ ହୋଇଗଲା । ସେପଟେ କଟକ ବିଜେଡି ନେତାଙ୍କ ପରସ୍ପରକୁ ଟାର୍ଗେଟ ଦେଖି ଏଥିରେ ନାକ ପୂରାଇଛି କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.