Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ଭୁବନେଶ୍ୱର ଷ୍ଟେସନରୁ ପୁଣି ବାହାରିଲେ ପଜିଟିଭ୍, ବନ୍ଦ ହେଲା ଲିଫ୍ଟ

7/04/2021 at 1:58 PM

ଭୁବନେଶ୍ୱର ୭|୪: ଭୁବନେଶ୍ୱରରେ ଉଗ୍ର ରୂପ ନେଉଛି ମହାମାରୀ । ଧୀରେ ଧୀରେ ରାଜଧାନୀରେ ଭାଇରସ କଡ ଲେଉଟାଇବା ଆରମ୍ଭ କରିଦେଲୱାଣି । ତେବେ ଏଠାରେ ଚିନ୍ତା ବଢାଇଦେଇଛି ବାହାର ରାଜ୍ୟ ଫେରନ୍ତାଙ୍କ କେସ୍ । ଆଜି ରେଲୱେ ଷ୍ଟେସନରୁ ପୁଣି ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଯାତ୍ରୀ ଓ ଜଣେ ଷ୍ଟେସନର ପାର୍ସଲ ବିଭାଗ କର୍ମଚାରୀ ଥିବା ସୂଚନା ରହିଛି ।

 ୪ ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ବେଙ୍ଗାଲୁରୁ ଫେରନ୍ତା ହୋଇଥିବା ବେଳେ ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ବୋଲି ସୂଚନା ମିଳିଛି । ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱର ରେଳଷ୍ଟେସନରୁ ଚିହ୍ନଟ ହେଲେଣି ମୋଟ ୯ଜଣ ସଂକ୍ରମିତ । ଏବେ ପଜିଟିଭ ବାହାରିବା ପରେ ଷ୍ଟେସନରେ ସାନିଟାଇଜକୁ ଗୁରୁତ୍ୱ ଦିଆଯାଇଛି । ପ୍ଲାଟଫର୍ମରେ ଯାତ୍ରୀଙ୍କ ପାଇଁ ଥିବା ଚୌକିରେ ସାମାଜିକ ଦୂରତା ରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଲିଫ୍ଟ ବନ୍ଦ ରଖିବାକୁ ଯୋଜନା କରିଛି ରେଳବିଭାଗ । ସେହିଭଳି ଯାତ୍ରୀଙ୍କ ୱେଟିଂ ହଲରୁ ସୋଫା ଓ ଚେୟାର ବାହାର କରିବ ବିଭାଗ । ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ସୂଚନା ଦେଇଛନ୍ତି ଷ୍ଟେସନ ନିର୍ଦେଶକ ଚିତ୍ତରଞ୍ଜନ ନାୟକ ।

   Related Posts