ଟ୍ରାଫିକ ଜରିମନାକୁ କୋହଳ କଲେ ବିଭିନ୍ନ ରାଜ୍ୟ, ଏମିତି ଚେତାବନୀ ଦେଲେ କେନ୍ଦ୍ର ପରିବହନ ମନ୍ତ୍ରୀ ଗଡ଼କରୀ

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ୧୫|୯: ମୋଦି ସରକାର ନିକଟରେ ମୋଟର ଭେହିକିଲ ଆକ୍ଟ ନୂଆ ନିୟମ ଲାଗୁ କରିଛନ୍ତି। ମୋଟର ଭେହିକିଲ ଆକ୍ଟର ସଂଶୋଧନ ପରେ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡ଼ି ଚାଳଚଙ୍କ ପାଖରୁ  ମୋଟା ଅଙ୍କର ଜରିମନା ଆଦାୟ କରାଯାଉଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଖଡ଼କରୀଙ୍କ ଦ୍ବାରା ଲାଗୁ ହୋଇଥିବା ଟ୍ରାଫିକ ନିୟମକୁ ସାଧାରଣ ଲୋକ ତୀବ୍ର ବିରୋଧ କରିଛନ୍ତି।

ନିତୀନ ଗଡ଼କରୀଙ୍କ ନିଜ ବିଜେପି ଶାସିତ ରାଜ୍ୟରେ ଟ୍ରାଫିକ ନିୟମ ଲାଗୁ କରିବା ପାଇଁ ମନା କରିଦେଇଥିଲା। କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଜରିମାନାକୁ ବିଭିନ୍ନ ରାଜ୍ୟ ଅଧା କରିଦେଇଛନ୍ତି। ଅଧା ଜରିମାନ ଲାଗୁ କରିଥିବା ରାଜ୍ୟଗୁଡିକ ଉପରେ ନିତୀନ ଗଡ଼କରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାଜ୍ୟଗୁଡିକୁ ସେ ଚେତାବନୀ ଦେଇଛନ୍ତି।

ମୋଦି ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନିୟମକୁ ବିଭିନ୍ନ ରାଜ୍ୟରେ କୋହଳ କରାଯାଇଛି। ଅନ୍ୟ  କେତୋଟି ରାଜ୍ୟରେ ଏହି ଟ୍ରାଫିକ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ମନା କରିଦେଇଥିଲେ। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ ତିନୋଟି ରାଜ୍ୟ କେନ୍ଦ୍ର ସରକାରଙ୍କ ମୋଟର ଭେହିକିଲ ନିୟମ ଲାଗୁ କରିବା ପାଇଁ ରୋକଠୋକ୍‌ ମନା କରିଦେଇଥିଲେ। ଏହି ଟ୍ରାଫିକ ନିୟମକୁ ସମୀକ୍ଷା କରିବା ପରେ ବିଜେପି ଶାସିତ ରାଜ୍ୟ ଗୁଜୁରାଟରେ ଲାଗୁ କରାଯାଇଛି। ସମୀକ୍ଷା କରିବା ପରେ ଗୁଜୁରାଟରେ ଅଧା ଜରିମନା ଲାଗୁ କରାଯାଇଛି।

ସେହିପରି ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ର ଓ ଉତ୍ତରାଖଣ୍ଡରେ ମଧ୍ୟ ଅଧା ଜରିମନା ଲାଗୁ କରାଯାଇଛି। ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଅଧା ଜରିମନା ଲାଗୁ କରିବା ପରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଏକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଅଧା ଜରିମାନା ଲାଗୁ କରିଥିବା ରାଜ୍ୟରେ ସଡ଼କ ଦୁର୍ଘଟଣାରେ କାହାର ମୃତ୍ୟୁ ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ। ସଡ଼କ ଦୁର୍ଘଟଣାରେ ଭାରତରେ ସବୁଠାରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି। ନୂଆ ଟ୍ରାଫିକ ନିୟମ ଆସିବା ପରେ କେହି ଭିଆଇପି ନୁହନ୍ତି। ସବୁ ଗାଡି ଚାଳକ ସମାନ ବୋଲି ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.