Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

କ୍ୟାବ୍ ଡ୍ରାଇଭରଙ୍କୁ ପିଟିଥିବା ଯୁବତୀଙ୍କ ବୟାନ-‘ଗଞ୍ଜଡ ଥିଲା ଡ୍ରାଇଭର, ହେଲେ ସମସ୍ତେ ମୋତେ ଦୋଷ ଦେଉଛନ୍ତି’: ପଡୋଶୀଙ୍କ ସହ ଝଗଡା କରୁଥିବା ଭିଡିଓ ଭାଇରାଲ୍

3/08/2021 at 7:36 PM

ଲକ୍ଷ୍ନୌ ୦୩/୦୮ : ରାଜଧାନୀ ଲକ୍ଷ୍ନୌରେ କ୍ୟାବ ଡ୍ରାଇଭରଙ୍କୁ ମାଡ ମାରିଥିବା ଯୁବତୀ ସୋସିଆଲ ମିଡ଼ିଆରେ ବୟାନ ଜାରି କରିଛନ୍ତି। ପ୍ରିୟଦର୍ଶିନୀ ଯାଦବଙ୍କ ନାଁରେ ୨୪ ଘଣ୍ଟା ପୂର୍ବରୁ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଯୁବତୀ ନିଜକୁ ନିର୍ଦ୍ଦୋଷ ଓ କ୍ୟାବ ଡ୍ରାଇଭରଙ୍କୁ ଦୋଷୀ ବୋଲି ଦର୍ଶାଇଛନ୍ତି। ସେ ଲେଖିଛନ୍ତି,’ସ୍ମୁକ ଆଣ୍ଡ ଡ୍ରାଇଭ। ସମସ୍ତେ ମୋତେ ଦୋଷ ଦେଉଛନ୍ତି ଯେ ମୁଁ ତାଙ୍କୁ ବାଡ଼େଇଲି। କିନ୍ତୁ ମୋ ଷ୍ଟୋରୀ କେହି ଜାଣିନାହାନ୍ତି। ସିଗନାଲ ରୋଡ଼ରେ ମୁଁ ରାସ୍ତା ପ୍ରାୟ ପାର କରିସାରିଥିଲି। ଗଞ୍ଜଡ ଡ୍ରାଇଭର ମୋତେ କାରରେ ଧକ୍କା ମାରିଥିଲା। ଭଗବାନଙ୍କ ଆଶୀର୍ବାଦରୁ ମୁଁ ବଞ୍ଚିଗଲି। ସେ ନିଜ ଭୁଲ ସ୍ୱୀକାର ନ କରି ମୋ ସହ ଯୁକ୍ତି କରୁଥିଲା। ସେଥିପାଇଁ ମୁଁ ତାକୁ ଚାପୁଡ଼ା ମରିଥିଲି। ଯଦି କିଏ ଭାବୁଛ ମୁଁ ଆଇନକୁ ହାତକୁ ନେଇଛି ତାହେଲେ ମୁଁ କ୍ଷମା ମାଗୁଛି। କିନ୍ତୁ ଚୁପ ରହିବା ବଦଳରେ ଏହିଭଳି ଅସାମାଜିକ ଲୋକଙ୍କୁ ଜବାବ ଦେବା ମୁଁ ଶ୍ରେୟସ୍କର ଭାବୁଛି। ଲୋକେ ମୋତେ ଫେକ ଫେମିନିଷ୍ଟ କହୁଛନ୍ତି। ମୋର ଏହି ପଦକ୍ଷେପ ମରିବା ଓ କ୍ୟାଣ୍ଡଲ ମାର୍ଚ୍ଚଠୁ ତ ଭଲ।’

ସେ ଡ୍ରାଇଭରଙ୍କୁ ଗଞ୍ଜଡ ମଧ୍ୟ କହିଛନ୍ତି। ଇତି ମଧ୍ୟରେ ଯୁବତୀଙ୍କ ଆଉ ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସେ ନିଜ ପଡୋଶୀଙ୍କ ସହ ଝଗଡା କରୁଥିବା ନଜର ଆସିଛନ୍ତି। କୁହାଯାଇଛି ଯେ ସେ ସବୁବେଳେ ନିଜ ପଡୋଶୀଙ୍କ ସହ ଝଗଡା କରନ୍ତି।

ଏହାପରେ ଯୁବତୀଙ୍କ ପୁରୁଣା ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ସେ ନିଜ ପଡୋଶୀଙ୍କ ସହ ଝଗଡା କରୁଥିବା ନଜର ଆସିଛନ୍ତି। ଭିଡିଓରୁ ଜଣାପଡୁଛି ସେ ନିଜ ପଡୋଶୀଙ୍କ ଗେଟ ରଙ୍ଗ ଦେଖି ରାଗିଯାଇଥିଲେ ଓ ତାକୁ ବଦଳାଇବାକୁ କହୁଥିଲେ। ସେ ପୋଲିସକୁ ମଧ୍ୟ ଡାକିଥିଲେ। ପୋଲିସକର୍ମୀ ତାଙ୍କୁ ବୁଝାଉଥିବା ନଜର ଆସିଛି। ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କ କଥା ଶୁଣି ହସୁଥିଲେ।

ମଙ୍ଗଳବାର ଦିନ ଯୁବତୀ ଏକ ଘରୋଇ ନ୍ୟୁଜ ଚାନେଲ ଡିବେଟରେ ମଧ୍ୟ ହୋଇଥିଲେ। ଏଥିରେ ବି ତାଙ୍କ ବ୍ୟବହାର ଅସାମାନ୍ୟ ଜଣାପଡୁଥିଲା। ସେ କହିଥିଲେ ଯେ ଘଟଣା ପରେ କିଛି ଯୁବକ ତାଙ୍କୁ ଘେରି ପିଟିଛନ୍ତି।

   Related Posts