ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଅମରିନ୍ଦର ସିଂହଙ୍କ ପ୍ରତିକ୍ରିୟା: ‘ମୁଁ କଂଗ୍ରେସରେ ଅଛି, ଘନିଷ୍ଠ ନେତାଙ୍କ ପରାମର୍ଶ ପରେ ପରବର୍ତ୍ତୀ ନିଷ୍ପତ୍ତି’

Published By : Prameya-News7 Bureau | September 18, 2021 IST

ଚଣ୍ଡିଗଡ ୧୮/୦୯ : ପଞ୍ଜାବ ରାଜନୀତିରେ ଚାଲିଥିବା ବିବାଦର ‘ଦି ଏଣ୍ଡ’ ହୋଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂହ । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି କ୍ୟାପଟେନ୍‌ । ଦଳରେ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ଶେଷରେ ମୁଖ୍ୟମନ୍ତ୍ରୀ ଚୌକି ଛଡାଇନେଇଛି । ସିଏମ୍‌ ପଦରୁ ଇସ୍ତଫା ଦେଇଥିଲେ ସୁଦ୍ଧା କଂଗ୍ରେସରେ ରହିବେ ଅମରିନ୍ଦର ସିଂହ ।]

{"width":705,"height":940}
Image

ସିଏମ୍‌ ପଦବୀରୁ ଇସ୍ତଫା ଦେଇଥିଲେ ସୁଦ୍ଧା କଂଗ୍ରେସରେ ରହିବେ ବୋଲି କହିଛନ୍ତି ଅମରିନ୍ଦର ସିଂହ । ରାଜଭବନ ବାହାରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟାରେ ଅମରିନ୍ଦର ସିଂହ କହିଛନ୍ତି, ‘କେବଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ଦଳରେ ମୋର କିଛି ଭୁଲ ରହିଯାଇଥିଲା ଭାବୁଥିଲି । ସେଥିପାଇଁ ଦଳର ନେତାମାନେ ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରୁଥିଲେ । ସେଥିପାଇଁ ମୁଁ ମୋ ପଦବୀରୁ ଇସ୍ତଫା ଦେଉଛି । ଦଳ ଯାହାକୁ ଚାହୁଁଛି ଏବଂ ଯିଏ ଭଲ କାମ କରିପାରିବ ବୋଲି ଦଳ ଭାବୁଛି ତାକୁ ମୁଖ୍ୟମନନ୍ତ୍ରୀ ପଦବୀରେ ବସାଉ ।’

wp:embed {"url":"https://twitter.com/ANI/status/1439188476117729289","type":"rich","providerNameSlug":"twitter","responsive":true}
https://twitter.com/ANI/status/1439188476117729289
/wp:embed

ଅମରିନ୍ଦର କହିଛନ୍ତି, ‘ସକାଳେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟି ଇସ୍ତଫା ଦେବା କଥା କହିଥିଲି । ଗତ ୨/୩ ମାସ ମଧ୍ୟରେ ସ୍ଥିତି ଏମିତି ହୋଇଯାଇଥିଲା ଯେ ଅଣନିଶ୍ବାସୀ ହୋଇଯାଇଥିଲି । ୨ମାସରେ ୩ ଥର ଦଳୀୟ ବୈଠକ କରାଯାଉଥିଲେ ସୁଦ୍ଧା ମୋତେ ଗୁରୁତ୍ବ ଦିଆଯାଉନଥିଲା । ଦଳରେ ଅଣଦେଖା କରାଯାଉଥିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି । ସେମାନେ ଯାହାକୁ ଚାହିଁବେ ମୁଖ୍ୟମନ୍ତ୍ରୀ କରିପାରିବେ । ୫୨ ବର୍ଷର ରାଜନୀତିରେ ଏଭଳି ପରିସ୍ଥିତି କେବେ ଆସିନଥିଲା । ମୋର ସାଥୀ ଶୁଭେଚ୍ଛୁ ଏବଂ ନେତାଙ୍କ ସହିତ ଆଲୋଚନା ପରେ ଯାହା ନିଷ୍ପତ୍ତି ନେବି । କିନ୍ତୁ ବର୍ତ୍ତମାନ କଂଗ୍ରେସ ଦଳରେ ହିଁ ଅଛି ।’

wp:embed {"url":"https://twitter.com/ANI/status/1439189074355441664","type":"rich","providerNameSlug":"twitter","responsive":true}
https://twitter.com/ANI/status/1439189074355441664
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.