Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଶ୍ରୀକାନ୍ତ ଧୋକାବାଜ: ମୁସ୍ତାନ ଅଲ୍ଲୀ / ଶ୍ରୀକାନ୍ତଙ୍କୁ ବହିଷ୍କାର କରିବାର ଅଧିକାର କାହାର ଅଛି: ଭକ୍ତ ଦାସ

22/01/2019 at 8:54 PM

ରାଉରକେଲା୨୨|୧: ଶ୍ରାକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରିବା ପରେ ବେଳକୁ ବେଳ ଏହି ପ୍ରସଂଗକୁ ନେଇ ବୟାନବାଜି ବଢିବାରେ ଲାଗିଛି । ଆଜି ରାଉରକେଲାଠାରେ ଏଆଇସିସିର ସାଧାରଣ ସମ୍ପାଦକ ସେକ ମୁସ୍ତାନ ଅଲ୍ଲୀ ଶ୍ରୀକାନ୍ତଙ୍କୁ ଧୋକାବାଜ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କ ୨୫ ତାରିଖ ଓଡିଶା ଗସ୍ତ ସମ୍ପର୍କରେ ରାଉରକେଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିଛନ୍ତି । ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଦେବେ ବୋଲି ଶ୍ରୀକାନ୍ତଙ୍କ ମନ୍ତବ୍ୟ ପରିପ୍ରକ୍ଷୀରେ ଅଲ୍ଲୀ ଏକଥା କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହେମାନନ୍ଦ ବିଶ୍ବାଳ ମଧ୍ୟ ଉପସ୍ଥିତ ଥିଲେ । ସେ କହିଥିଲେ ଯେ, ବିଜେଡି ଓ ବିଜେପି ଭିତରେ ଭିତରେ ସଲା ସୁତୁରା କରୁଛନ୍ତି ।

ଅପରପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଶ୍ରୀକାନ୍ତଙ୍କ ସପକ୍ଷରେ ଯୁକ୍ତି କରି ପ୍ରଶ୍ନଛନ୍ତି ଯେ, ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଦଳରୁ ବହିଷ୍କାର କରିବାର କାହାର ଅଧିକାର ଅଛି ? ତେବେ ୨୫ ତାରିଖରେ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଦେବେ ବୋଲି ଶ୍ରୀକାନ୍ତ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭକ୍ତ କହିଥିଲେ ଯେ, ଏହା ଏକ ଭିତ୍ତିହୀନ କଥା । ତେବେ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଭକ୍ତ ଦାସ ଆଶା ପୋଷଣ କରିଛନ୍ତି । ସେ କହିଛନ୍ତି ଯେ, ସରକାରୀ କଳର ଅପବ୍ୟବାହର କରି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବିଜେଡି ଉଦ୍ୟମ କରୁଛି ।

   Related Posts